ଭାଇରାଲ୍‌ ହେଲା ପୁରୁଣା ରାଜିନାମା: ୧୯୯୨ରେ ମାତ୍ର ୧୫୦୦ ଟଙ୍କାରେ ମଡେଲିଙ୍ଗ୍‌ କରିଥିଲେ ଐଶ୍ବର୍ଯ୍ୟା ରାୟ

Advertisment
ଭାଇରାଲ୍‌ ହେଲା ପୁରୁଣା ରାଜିନାମା: ୧୯୯୨ରେ ମାତ୍ର ୧୫୦୦ ଟଙ୍କାରେ ମଡେଲିଙ୍ଗ୍‌ କରିଥିଲେ ଐଶ୍ବର୍ଯ୍ୟା ରାୟ

Image Courtesy of Twitter

ମୁମ୍ବାଇ: ୧୯୯୨ ମସିହାରେ ଅଭିନେତ୍ରୀ ତଥା ପୂର୍ବତନ ‘ମିସ୍‌ ୱାର୍ଲଡ୍‌’ ଐଶ୍ବର୍ଯ୍ୟା ରାୟ ମଡେଲିଙ୍ଗ୍‌ ବାବଦକୁ ମାତ୍ର ୧୫୦୦ ଟଙ୍କା ପାଇଥିବା ଗୋଟାଏ ପୁରୁଣା ଚୁକ୍ତିପତ୍ର ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ପ୍ରାପ୍ତ ତଥ୍ୟାବଳୀ ଅନୁସାରେ, ଉକ୍ତ ଚୁକ୍ତିପତ୍ର ବା ରାଜିନାମା ୧୯୯୨ ମସିହା ମେ ୨୩ ତାରିଖର। ଅର୍ଥାତ୍‌ ‌୧୯୯୪ରେ ସେ ‘ମିସ୍‌ ୱାର୍ଲଡ୍‌’ ଟାଇଟଲ୍‌ ବିଜୟିନୀ ହେବାର ପ୍ରାୟ ୨ ବର୍ଷ ପୂର୍ବର। ଗୋଟାଏ ‘ମାଗାଜିନ୍‌ ସୁଟ୍‌’ ବାବଦକୁ ଐଶ୍ବର୍ଯ୍ୟା ୧୫୦୦ ଟଙ୍କା ପାଇଥିବା କଥା ଜଣେ ‘ରେଡିଟ୍‌’ ବ୍ୟବହାରକାରୀ ସେୟାର୍‌ କରିଥିବା ଉକ୍ତ ଚୁକ୍ତିପତ୍ରରେ ଉଲ୍ଲେଖ ଅଛି।

publive-image Image Courtesy of DNA

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘କୃପା କ୍ରିଏସନ୍‌’ ନାମରେ ଏକ କମ୍ପାନିର ‘ମାଗାଜିନ୍‌ କ୍ୟାଟେଲଗ୍‌ ସୁଟ୍‌’ ନିମନ୍ତେ ମଡେଲ୍‌ ରୂପେ କାମ କରିବା ଲାଗି ସେତେବେଳେ ୧୮ ବର୍ଷ ହୋଇଥିବା ଐଶ୍ବର୍ଯ୍ୟା ରାଜି ହୋଇଥିଲେ। ମୁମ୍ବାଇରେ ଉକ୍ତ ରାଜିନାମା ହୋଇଥିଲା ଏବଂ ରାଜିନାମାର ନିମ୍ନ ଭାଗରେ ଐଶ୍ବର୍ଯ୍ୟାଙ୍କ ସ୍ବାକ୍ଷର ରହିଛି।

ବିମଳ ଉପାଧ୍ୟାୟ ନାମରେ ଜଣେ ‘ଟୁଇଟର୍‌ ବ୍ୟବହାରକାରୀ’ କେତେଗୁଡ଼ିଏ ଟୁଇଟ୍‌ ପୋଷ୍ଟ୍‌ରେ ଉକ୍ତ ‘ମାଗାଜିନ୍‌ ସୁଟ୍‌’ର ଚିତ୍ର ସହିତ କ୍ୟାଟେଲଗ୍‌ର ସମସ୍ତ ଫଟୋ ଏବଂ ମାଗାଜିନ୍‌ର କଭର୍‌ ସେୟାର୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ୭୫ତମ ‘କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ’ରେ ଯୋଗ ଦେଇଥିଲେ। ଏହାକୁ ମିଶାଇ ‘କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ’ର ‘ଲାଲ୍‌ ଗାଲିଚା’ରେ (ରେଡ୍‌ କାର୍ପେଟ୍‌) ‌ତାଙ୍କର ୨୧ ଥର ଆବିର୍ଭାବ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe