ନୂଆଦିଲ୍ଲୀ: ଭାରତରେ ଜନ୍ମ ହୋଇ ଶିକ୍ଷାଲାଭ କରିବା ପରେ ଆମେରିକାରେ ରହୁଥିବା ଅଜୟ ବାଙ୍ଗା ବିଶ୍ବ ବ୍ୟାଙ୍କର ସଭାପତି ଦାୟିତ୍ବ ଗତ ଶୁକ୍ରବାର ଗ୍ରହଣ କରିଛନ୍ତି। ବିଶ୍ବ ବ୍ୟାଙ୍କ କିମ୍ବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଭଳି ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ମୁଖ୍ୟ ପଦରେ ଅବସ୍ଥାପିତ ହେବାରେ ବାଙ୍ଗା ପ୍ରଥମ ଅଣଶ୍ବେତାଙ୍ଗ ବ୍ୟକ୍ତି। ଗତମାସ ୩ ତାରିଖରେ ବିଶ୍ବବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମଣ୍ଡଳୀ ୬୩ ବର୍ଷୀୟ ବାଙ୍ଗାଙ୍କୁ ଚତୁର୍ଦ୍ଦଶ ସଭାପତି ଭାବେ ଚୟନ କରିଥିଲେ। ସେ ଏହି ପଦରେ ୫ ବର୍ଷ ପାଇଁ କାର୍ଯ୍ୟ କରିବେ। ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବାଙ୍ଗାଙ୍କୁ ବିଶ୍ବ ବ୍ୟାଙ୍କ ସଭାପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଡେଭିଡ ମଲପାସ ଚଳିତବର୍ଷ ଫେବ୍ରୁଆରିରେ ବିଶ୍ବବ୍ୟାଙ୍କ ସଭାପତି ପଦରୁ ଓହରିବା ନିଷ୍ପତ୍ତି ଘୋଷଣା କରିଥିଲେ।
ବିଶ୍ବ ବ୍ୟାଙ୍କ ସଭାପତି ଦାୟିତ୍ବ ନେଲେ ଅଜୟ ବାଙ୍ଗା
Advertisment
Follow Us