ଅହମ୍ମଦାବାଦ-ମୁମ୍ବାଇ ପରେ ଅଗଷ୍ଟ ୧୯ରୁ ଏହି ମାର୍ଗରେ ଉଡ଼ିବ ଆକାଶ ଏୟାର୍‌ର ତୃତୀୟ ବିମାନ

Advertisment
ଅହମ୍ମଦାବାଦ-ମୁମ୍ବାଇ ପରେ ଅଗଷ୍ଟ ୧୯ରୁ ଏହି ମାର୍ଗରେ ଉଡ଼ିବ ଆକାଶ ଏୟାର୍‌ର ତୃତୀୟ ବିମାନ

ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟର ବିଗବୁଲ୍ କୁହାଯାଉଥିବା ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ବିମାନ କଂପାନି ଆକାଶ ଏୟାର ଅଗଷ୍ଟ ୭ରୁ ଏହାର ଉଡ଼ାଣ ଆରମ୍ଭ କରିବ। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବିମାନ ଯାତ୍ରୀ ସେବା ବଜାରରେ ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ନୂଆ ବିମାନ କଂପାନି ଏହାର ଯାତ୍ରା ଆରମ୍ଭ କରିବାକୁ ଯାଉଛି। କଂପାନିର ପ୍ରଥମ ବିମାନ ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ଉଡ଼ିବ। ଅଗଷ୍ଟ ୭ରୁ ଏହି ରୁଟରେ ବିମାନ ଉଡାଣ ଆରମ୍ଭ ହେବାକୁ ଥିବାବେଳେ ଆଜି ତୃତୀୟ ମାର୍ଗ ବାବଦରେ ଘୋଷଣା କରାଯାଇଛି | ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୧୯ ତାରିଖରୁ ବାଙ୍ଗାଲୋର ଏବଂ ମୁମ୍ବାଇ ମଧ୍ୟରେ ବିମାନ ସେବା ଆରମ୍ଭ ହେବ ।

ସୂଚନା ଥାଉ କି ଯେ ଅଗଷ୍ଟ ୭, ୨୦୨୨ରୁ ଆକାଶ ଏୟାରର ପ୍ରଥମ ବାଣିଜ୍ୟିକ ବିମାନ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିବ | ସେହିପରି ଅଗଷ୍ଟ ୧୩ରୁ ଦ୍ୱିତୀୟ ବିମାନ ବାଙ୍ଗାଲୋର ଏବଂ କୋଚି ମାର୍ଗରେ ଉଡ଼ିବ | ପ୍ରଥମ ପର୍ଯ୍ୟାୟରେ ବିମାନ ସେବା ମୁମ୍ବାଇ, ଅହମ୍ମଦାବାଦ, ବାଙ୍ଗାଲୋର, କୋଚିର ଚାରୋଟି ସହରକୁ ସଂଯୋଗ କରିବ। ଆକାଶ ଏୟାର୍‌ ବିମାନ ପାଇଁ ଟିକେଟ ବୁକିଂ ୨୨ ଜୁଲାଇରୁ ଆରମ୍ଭ ହୋଇଛି। ଏହା ସହିତ ଆକାଶ ଏୟାର୍‌ ପ୍ରଥମେ ଘରୋଇ ରୁଟରେ ପ୍ରତି ସପ୍ତାହରେ ମୋଟ ୮୨ ଥର ଉଡାଣ କରିବା | ଯେଉଁଥିରେ ମୁମ୍ବାଇ - ଅହମ୍ମଦାବାଦ ରୁଟ, ବାଙ୍ଗାଲୋର ଏବଂ କୋଚି ମାର୍ଗରେ ୨୬ଟି ସାପ୍ତାହିକ ବିମାନ ଓ ବାଙ୍ଗାଲୋର ଏବଂ ମୁମ୍ବାଇ ମଧ୍ୟରେ ପ୍ରତି ସପ୍ତାହରେ ୨୮ ଥର ବିମାନ ଉଡ଼ାଣ କରିବ |

ପ୍ରାରମ୍ଭରେ ଆକାଶ ଏୟାର୍‌ ଦୁଇଟି ବିମାନ ସହିତ ଏହାର ସେବା ଆରମ୍ଭ କରିବାକୁ ଯାଉଛି | ପରେ, ପ୍ରତି ମାସରେ ଦୁଇଟି ବିମାନ ଅନ୍ତର୍ଭୁକ୍ତ ହେବ ଏବଂ ୨୦୨୩ ଶେଷ ସୁଦ୍ଧା ମୋଟ ୧୮ଟି ବିମାନ ରହିବ। ଯାତ୍ରୀ ସେବା ଲାଗି କଂପାନି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟଠାରୁ ଉଡ଼ାଣ ଅନୁମତି ପାଇସାରିଛି। ଜାତୀୟ ସ୍ତରରେ ସେବା ପ୍ରଦାନ କରିବାକୁ ଯାଉଥିବା ଏହା ଦେଶର ଅଷ୍ଟମ ବିମାନ କଂପାନି। ଏବେ ଦେଶରେ ଏୟାର ଇଣ୍ଡିଆ, ଭିସ୍ତାରା, ଏୟାର ଏସିଆ ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍‌ଜେଟ୍ ଓ ଗୋ ଏୟାର ବିମାନ ସେବା‌ ପ୍ରଦାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe