ଆକାଶ ଏୟାର୍‌ର ଉଡ଼ାଣ ଅଗଷ୍ଟ ୭ରୁ

Advertisment
୧୦୦୦ ନୂଆ ନିଯୁକ୍ତି ଦେବ ଆକାଶ ଏୟାର

ନୂଆଦିଲ୍ଲୀ : ଖ୍ୟାତନାମା ଷ୍ଟକ ବଜାର ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ବିମାନ କଂପାନି ଆକାଶ ଏୟାରା ଅଗଷ୍ଟ ୭ରୁ ଏହାର ଉଡ଼ାଣ ଆରମ୍ଭ କରିବ। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବିମାନ ଯାତ୍ରୀ ସେବା ବଜାରରେ ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ନୂଆ ବିମାନ କଂପାନି ଏହାର ଯାତ୍ରା ଆରମ୍ଭ କରିବାକୁ ଯାଉଛି। କଂପାନିର ପ୍ରଥମ ବିମାନ ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ଉଡ଼ିବ।

ଯାତ୍ରୀ ସେବା ଲାଗି କଂପାନି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟଠାରୁ ଉଡ଼ାଣ ଅନୁମତି ପାଇସାରିଛି। ଜାତୀୟ ସ୍ତରରେ ସେବା ପ୍ରଦାନ କରିବାକୁ ଯାଉଥିବା ଏହା ଦେଶର ଅଷ୍ଟମ ବିମାନ କଂପାନି। ଏବେ ଦେଶରେ ଏୟାର ଇଣ୍ଡିଆ, ଭିସ୍ତାରା, ଏୟାର ଏସିଆ ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍‌ଜେଟ୍ ଓ ଗୋ ଏୟାର ବିମାନ ସେବା‌ ପ୍ରଦାନ କରୁଛନ୍ତି। ଆକାଶ ଏୟାର ଦୁଇଟି ୭୩୭ ମାକ୍ସ ବିମାନ ଜରିଆରେ ଉଡ଼ାଣ ଆରମ୍ଭ କରିବ। ଗୋଟିଏ ବିମାନ କଂପାନି ପାଖରେ ରହିଛି ଓ ଦ୍ବିତୀୟ ବିମାନଟି ଚଳିତ ମାସରେ ଆସି ପହଞ୍ଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe