‘ଆକାଶ ଏୟାର୍‌’ର ବିମାନ ଉଡ଼ାଣ ଆରମ୍ଭ

Advertisment

ଦେଶର ସର୍ବକନିଷ୍ଠ ବିମାନ କଂପାନି, ୨୦୨୩ରୁ ବିଦେଶ ଉଡ଼ାଣ ଆରମ୍ଭ କରିବ

ଦେଶର ସର୍ବକନିଷ୍ଠ ବିମାନ କଂପାନି, ୨୦୨୩ରୁ ବିଦେଶ ଉଡ଼ାଣ ଆରମ୍ଭ କରିବ

‘ଆକାଶ ଏୟାର୍‌’ର ବିମାନ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଏୟାରଲାଇନ୍ସର ବିମାନ ମଝି ଆକାଶରେ ଉଡ଼ୁଥିବା ବେଳେ ତ୍ରୁଟି ଦେଖାଦେଉଥିବା ଭଳି ଘଟଣା ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଥିବା ଭଳି ଏକ ଗମ୍ଭୀର ସମୟରେ ଷ୍ଟକ ବଜାରର ଚର୍ଚ୍ଚିତ ନିବେଶକ ରାକେଶ ଝୁନଝୁନୱାଲାଙ୍କ ‘କଂପାନି ଆକାଶ ଏୟାର’ ଏହାର ଉଡ଼ାଣ ଆଜିଠାରୁ ଆରମ୍ଭ କରିଛି। ଏହା ହେଉଛି ଦେଶର ସର୍ବକନିଷ୍ଠ ବିମାନ କଂପାନି। ଏହାର ପ୍ରଥମ ବିମାନ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା କରିଛି। ସେଥିରେ ୧୮୯ ଜଣ ଯାତ୍ରୀ ଥିଲେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମାଧ୍ୟମରେ ଏହି ଉଡ଼ାଣକୁ ଆରମ୍ଭ କରି କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ଧରି ବିଶ୍ବ ବିମାନ ଚଳାଚଳ କ୍ଷେତ୍ରରେ ବହୁ ଖରାପ ଘଟଣା ଘଟିଛି। କିନ୍ତୁ, ଭାରତରେ ଏହି କ୍ଷେତ୍ରରେ ନୂଆ ସଂସ୍ଥା ଓ ଉଦ୍ୟୋଗୀ ପ୍ରବେଶ କରିଛନ୍ତି।

publive-image

ଦୁର୍ଭାଗ୍ୟବସତଃ ‌ଏହି ସମୟରେ କିଛି ସଂସ୍ଥା ବନ୍ଦ ମଧ୍ୟ ହୋଇଛି। ସେହି ଦୃଷ୍ଟିରୁ ଆଜି ଏକ ନୂଆ ସକାଳର ଆରମ୍ଭ ହୋଇଥିବା ସେ କହିଛନ୍ତି। ଆଠ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ କୌଣସି ପ୍ରମୁଖ ବିମାନ କଂପାନି ଆରମ୍ଭ ହୋଇଛି। ଏହି ଅବସରରେ ଝୁନଝୁନୱାଲା କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତରେ ପ୍ରଶାସନିକ ବ୍ୟବସ୍ଥା ବହୁତ ଖରାପ କୁହାଯାଏ। କିନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯେଉଁ ସହଯୋଗ ପ୍ରଦାନ କରିଛି ତାହା ଅତୁଳନୀୟ। ବିଶ୍ବର କୌଣସି ସ୍ଥାନରେ ୧୨ ମାସରେ ଏକ ବିମାନ କଂପାନିର ପରିକଳ୍ପନା କରାଯାଇନାହିଁ ବୋଲି ସେ କହିଛନ୍ତି। ଆକାଶ ଏୟାରରେ ଝୁନଝୁନୱାଲାଙ୍କ ୪୦ ପ୍ରତିଶତ ଅଂଶଧନ ରହିଛି। ଗତ କିଛି ବର୍ଷ ଭିତରେ ଏୟାର ଇଣ୍ଡିଆ ଓ ଜେଟ୍ ଏୟାରୱେଜ୍ ଭଳି ସଂସ୍ଥା ନିଜ କାର୍ଯ୍ୟାଳୟକୁ ମୁମ୍ବାଇରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଥିବା ବେଳେ ଆକାଶ ଏୟାରର କାର୍ଯ୍ୟାଳୟ ମୁମ୍ବାଇରେ ରହିବ। ୨୦୨୩ ସୁଦ୍ଧା ଆନ୍ତର୍ଜାତିକ ସ୍ଥାନକୁ ବିମାନ ସେବା ଯୋଗାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe