୧୦୦୦ ନୂଆ ନିଯୁକ୍ତି ଦେବ ଆକାଶ ଏୟାର

Advertisment
୧୦୦୦ ନୂଆ ନିଯୁକ୍ତି ଦେବ ଆକାଶ ଏୟାର

ନୂଆଦିଲ୍ଲୀ: ଦେଶର ସବୁଠୁ ନୂଆ ଏୟାରଲାଇନ ଆକାଶ ଏୟାର ୧୦୦୦ ନୂଆ ନିଯୁକ୍ତି ପ୍ରଦାନ କରିବା ଯୋଜନା ରଖିଛି। ୨୦୨୪ ମାର୍ଚ୍ଚ ସୁଦ୍ଧା କମ୍ପାନି ଅଧିକ ବିମାନ ଉଡ଼ାଣ ସହିତ ଏହି ନିଯୁକ୍ତି ଯୋଜନା ପ୍ରସ୍ତୁତ କରିଛି। ଆକାଶ ଏୟାର ସିଇଓ ବିନୟ ଦୁବେଙ୍କ ସୂତ୍ରରୁ ଏହା ଜଣାଯାଇଛି। ଶ୍ରୀ ଦୁବେ କହିଛନ୍ତି, ୨୦୨୪ ମାର୍ଚ୍ଚ ସୁଦ୍ଧା କମ୍ପାନିର କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇ ୩୦୦୦ରୁ ଅଧିକ ହେବ। ସେଥିରେ ୧୧୦୦ ପାଇଲଟ୍ ଏବଂ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ସାମିଲ ହେବେ। ବର୍ତ୍ତମାନ ଆକାଶ ଏୟାରର କର୍ମଚାରୀ ସଂଖ୍ୟା ୨୦୦୦ରୁ ଅଧିକ ରହିଛି। ୭ ମାସ ପୂର୍ବେ ଆକାଶ ଏୟାର ଏହାର ବିମାନ ସେବା ଆରମ୍ଭ କରିଛି। ଚଳିତବର୍ଷ ଶେଷବେଳକୁ କମ୍ପାନି ଅନ୍ତର୍ଜାତୀୟ ମାର୍ଗରେ ବିମାନ ସେବା ଆରମ୍ଭ କରିବ। ଚଳିତବର୍ଷ ଶେଷ ସୁଦ୍ଧା କମ୍ପାନି ନୂଆ ବିମାନ କ୍ରୟ ଆଦେଶ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe