କେତେ ସମୟ କାମ କରିଲି ସେଥିପ୍ରତି ମୁଁ ଧ୍ୟାନ ଦେଇ ନଥାଏ: ଆକାଶ ଅମ୍ବାନୀ

Advertisment

ଆକାଶ ଅମ୍ବାନୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋ ପାଇଁ ଅଫିସରେ ବିତାଇଥିବା କାର୍ଯ୍ୟ ସମୟ ଅପେକ୍ଷା କାମର ଗୁଣବତ୍ତା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜୀବନରେ କାମ ଏବଂ ପରିବାର ଉଭୟ  ସବୁଠାରୁ ବଡ଼ ପ୍ରାଥମିକତା ।

ଆକାଶ ଅମ୍ବାନୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋ ପାଇଁ ଅଫିସରେ ବିତାଇଥିବା କାର୍ଯ୍ୟ ସମୟ ଅପେକ୍ଷା କାମର ଗୁଣବତ୍ତା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜୀବନରେ କାମ ଏବଂ ପରିବାର ଉଭୟ  ସବୁଠାରୁ ବଡ଼ ପ୍ରାଥମିକତା ।

ରାର

ମୁମ୍ବାଇ: ସପ୍ତାହରେ ୭୦ ରୁ ୯୦ ଘଣ୍ଟା କାମ କରିବା ନେଇ ବିତର୍କ ମଧ୍ୟରେ ରିଲାଏନ୍ସ ଜିଓ ଇନଫୋକମର ଅଧ୍ୟକ୍ଷ ଆକାଶ ଅମ୍ବାନୀ ପ୍ରତିକ୍ରିୟା ଦେଇଛନ୍ତି। 

ଆକାଶ ଅମ୍ବାନୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋ ପାଇଁ ଅଫିସରେ ବିତାଇଥିବା କାର୍ଯ୍ୟ ସମୟ ଅପେକ୍ଷା କାମର ଗୁଣବତ୍ତା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜୀବନରେ କାମ ଏବଂ ପରିବାର ଉଭୟ  ସବୁଠାରୁ ବଡ଼ ପ୍ରାଥମିକତା । ଜଣେ ବ୍ୟକ୍ତି ପାଇଁ ଜୀବନରେ ତାଙ୍କର ପ୍ରାଥମିକତା କ’ଣ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ।

ସପ୍ତାହରେ କର୍ମକ୍ଷେତ୍ରରେ କେତେ ଘଣ୍ଟା ବିତାଇବା କଥା ସେ ବିଷୟରେ ଚାଲିଥିବା ବିତର୍କ ମଧ୍ୟରେ ଆକାଶ ଅମ୍ବାନୀଙ୍କ ଏହି ବୟାନ ସାମ୍ନାକୁ ଆସିଛି। ଭାରତୀୟ କର୍ପୋରେଟ୍ ଅଧିକାରୀମାନେ କାର୍ଯ୍ୟ ସମୟ ଉପରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି। କେତେକ ସପ୍ତାହରେ ୯୦ ଘଣ୍ଟା ପର୍ଯ୍ୟନ୍ତ କାମ କରିବା ଏବଂ ପରିବାର ଅପେକ୍ଷା କାମକୁ ପ୍ରାଥମିକତା ଦେବା ପାଇଁ ସମର୍ଥନ କରିଛନ୍ତି।

 ସେହିପରି କିଛି ଲୋକ ସପ୍ତାହରେ ୫୦ ଘଣ୍ଟାରୁ କମ୍ କାମ କରିବା ସପକ୍ଷରେ ଅଛି। ପ୍ରକୃତରେ ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଇନଫୋସିସ୍ ମୁଖ୍ୟ ନାରାୟଣ ମୂର୍ତ୍ତି କହିଥିଲେ ଯେ ,‘ଭାରତୀୟମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଏହିପରି ଭାବରେ ଦେଶକୁ ଆଗକୁ ନେବା ପାଇଁ ଆମକୁ ସପ୍ତାହରେ ୭୦ଘଣ୍ଟା କାମ କରିବାକୁ ପଡିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe