ଅକ୍ଷୟ ତୃତୀୟାରେ ୧୬ ହଜାର କୋଟିର ବେପାର ଆଶା: ୧୨ ଟନ୍ ସୁନା, ୪୦୦ ଟନ୍ ରୁପା ବିକ୍ରି ସମ୍ଭାବନା

Advertisment

ଏବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୧୬ ହଜାର କୋଟି ଟଙ୍କାର ବେପାର ହେବ ବୋଲି ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍‌ଡସ୍ମିଥ କନ୍‌ଫଡେରେସନ ପକ୍ଷରୁ କୁହାଯାଇଛି। ମହାସଂଘର ସଭାପତି ପଙ୍କଜ ଆରୋରା ଏହି ଆକଳନ କରିଛନ୍ତି।

ଏବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୧୬ ହଜାର କୋଟି ଟଙ୍କାର ବେପାର ହେବ ବୋଲି ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍‌ଡସ୍ମିଥ କନ୍‌ଫଡେରେସନ ପକ୍ଷରୁ କୁହାଯାଇଛି। ମହାସଂଘର ସଭାପତି ପଙ୍କଜ ଆରୋରା ଏହି ଆକଳନ କରିଛନ୍ତି।

gold

ଭୁବନେଶ୍ବର/ନୂଆଦିଲ୍ଲୀ: ଏବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୧୬ ହଜାର କୋଟି ଟଙ୍କାର ବେପାର ହେବ ବୋଲି ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍‌ଡସ୍ମିଥ କନ୍‌ଫଡେରେସନ ପକ୍ଷରୁ କୁହାଯାଇଛି। ମହାସଂଘର ସଭାପତି ପଙ୍କଜ ଆରୋରା ଏହି ଆକଳନ କରିଛନ୍ତି। ଶ୍ରୀ ଆରୋରା କହିଛନ୍ତି ସାଧାରଣତଃ ଅକ୍ଷୟ ତୃତୀୟା ଦିନ ସୁନା ବିକ୍ରି ଅଧିକ ରହିଥାଏ। କିନ୍ତୁ ଉଚ୍ଚା ମୂଲ୍ୟ ଯୋଗୁ ଚଳିତବର୍ଷ ଏହା ଗ୍ରାହକଙ୍କ ଚାହିଦାକୁ ପ୍ରଭାବିତ କରିବ। ତଥାପି ଅକ୍ଷୟ ତୃତୀୟାରେ ପ୍ରାୟ ୧୨ ଟନ୍ ସୁନା ଏବଂ ୪୦୦ ଟନ୍ ରୁପା ବିକ୍ରି ହେବ। ୧୨ ଟନ୍ ସୁନାର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଟଙ୍କା ଏବଂ ୪୦୦ ଟନ୍‌ ରୁପା ମୂଲ୍ୟ ପ୍ରାୟ ୪୦୦୦ କୋଟି ଟଙ୍କା ବୋଲି ସେ କହିଛନ୍ତି। 

ଅକ୍ଷୟ ତୃତୀୟାକୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ଅପେକ୍ଷା କରି ରହିଛନ୍ତି। ସୋ’ରୁମ୍‌ ଗୁଡ଼ିକ ଭଳିକି ଭଳି ଡିଜାଇନ୍‌ ଓ କଲେକ୍ସନର ଗହଣା ଉନ୍ମୋଚନ କରି ସାରିଛନ୍ତି। ଗହଣା ବଜାର ଚଳଚଞ୍ଚଳ ହୋଇପଡ଼ିଛି। ଦର ଏବଂ ଗଢ଼ା ମୂଲ୍ୟରେ ବ୍ୟବସାୟୀମାନେ ଲୋଭନୀୟ ରିହାତି ବା ଅଫର୍‌ ବି ଘୋଷଣା କରିଛନ୍ତି। ଦର ଆକାଶଛୁଆଁ ହୋଇଥିଲେ ବି ବିକ୍ରି ଭଲ ରହିବ ବୋଲି ଆଶା କରାଯାଉଛି। 

ଭୁବନେଶ୍ବରରେ ଚଳିତମାସ ୨୨ ତାରିଖରେ ସୁନା ‌ଦର ସର୍ବକାଳୀନ ଉଚ୍ଚ ସ୍ତର ଛୁଇଁଥିଲା। ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୧ ହଜାର ୩୫୦ ଟଙ୍କାରେ ଏବଂ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୯୨ ହଜାର ୯୦୦ ଟଙ୍କା ଛୁଇଁଥିଲା। ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୪୪୦ ଟଙ୍କା ବୃଦ୍ଧି ପାଇ ୯୭,୯୭୦ ଟଙ୍କାରେ ରହିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୪୦୦ ଟଙ୍କା ବୃଦ୍ଧି ଘଟି ୮୯,୮୦୦ ଟଙ୍କାରେ ରହିଛି। ରାଜ୍ୟର ବ୍ୟବସାୟୀଙ୍କ କହିବାନୁଯାୟୀ, ଅକ୍ଷୟ ତୃତୀୟାରେ ସବୁବର୍ଗର ଗ୍ରାହକ ସୋ’ରୁମ୍‌କୁ ଆସିବେ। ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା, ସଉକ ଏବଂ ନିବେଶ ପାଇଁ ସୁନା କିଣିବେ। ତେବେ ଆସନ୍ତାକାଲିର ଦର ଏବଂ ପାଣିପାଗ ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe