ଆଲ୍‌କହଲ୍‌ଭିତ୍ତିକ ହ୍ୟାଣ୍ଡ୍ ସାନିଟାଇଜର୍‌ ଉପରେ ୧୮% ଜିଏସ୍‌ଟି ଲାଗୁ ହେବ

Advertisment
ଆଲ୍‌କହଲ୍‌ଭିତ୍ତିକ ହ୍ୟାଣ୍ଡ୍ ସାନିଟାଇଜର୍‌ ଉପରେ ୧୮% ଜିଏସ୍‌ଟି ଲାଗୁ ହେବ

Image Courtesy of The News Minute

ନୂଆଦିଲ୍ଲୀ: ସମସ୍ତ ପ୍ରକାର ଆଲ୍‌କହଲ୍‌ଭିତ୍ତିକ ହ୍ୟାଣ୍ଡ୍ ସାନିଟାଇଜର୍‌ ଉପରେ ୧୮% ଜିଏସ୍‌ଟି ଲାଗୁ ହେବ ବୋଲି ‘ଅଥରିଟି ଫର୍ ଆଡ୍‌ଭାନ୍‌ସ୍ ରୁଲିଙ୍ଗ୍’ (ଏଏଆର୍) କହିଛି।

ଏଥିରେ ପ୍ରତିବାଦ କରି ସ୍ପ୍ରିଙ୍ଗ୍‌ଫିଲ୍‌ଡ୍‌ ଇଣ୍ଡିଆ ଡିଷ୍ଟିଲରିଜ୍‌ ‘ଅଥରିଟି ଫର୍ ଆଡ୍‌ଭାନ୍‌ସ୍ ରୁଲିଙ୍ଗ୍’ର ଗୋଆ-ଖଣ୍ଡପୀଠରେ ଆବେଦନ କରିଛି। କମ୍ପାନି ଦ୍ବାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ହ୍ୟାଣ୍ଡ୍‌ ସାନିଟାଇଜର୍‌ର ବର୍ଗିକରଣ ପ୍ରସଙ୍ଗରେ ଖଣ୍ଡପୀଠଙ୍କୁ ଅବଗତ କରାଇବା ସହ ଯୁକ୍ତି ବାଢ଼ିଥିଲା ଯେ, ଉତ୍ପାଦ ଉପରେ ୧୨% ଟ୍ୟାକ୍ସ ପଡୁଛି।

publive-image Image Courtesy of The Indian Express

ସମ୍ପ୍ରତି ସାନିଟାଇଜର୍ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହା ଉପରୁ ଜିଏସ୍‌ଟି ଛାଡ଼ କରିବାକୁ କମ୍ପାନି ଦାବି କରିଥିଲା। ରାୟ ଶୁଣାଇ ‘ଅଥରିଟି ଫର୍ ଆଡ୍‌ଭାନ୍‌ସ୍ ରୁଲିଙ୍ଗ୍’ କହିଲେ ଯେ, ଯେହେତୁ ଆବେଦନକାରୀ ପ୍ରସ୍ତୁତ କରୁଥିବା ହ୍ୟାଣ୍ଡ୍‌ ସାନିଟାଇଜର୍ ସବୁ ‘ଆଲ୍‌କହଲ୍‌-ଭିତ୍ତିକ ହ୍ୟାଣ୍ଡ୍‌ ସାନିଟାଇଜର୍‌’ ବର୍ଗର, ସେଥିପାଇଁ ଏହା ଉପରେ ୧୮% ଜିଏସ୍‌ଟି ଲାଗୁ ହେବ।

‘ଅଥରିଟି ଫର୍ ଆଡ୍‌ଭାନ୍‌ସ୍ ରୁଲିଙ୍ଗ୍’ ଆହୁରି କହିଲେ କି, ହ୍ୟାଣ୍ଡ୍‌ ସାନିଟାଇଜର୍ସକୁ ଖାଉଟି ବ୍ୟାପାର ମନ୍ତ୍ରାଳୟ ଅତ୍ୟାବଶ୍ୟକ ଦ୍ରବ୍ୟ ଶ୍ରେଣୀଭୁକ୍ତ କରିଛି। କିନ୍ତୁ, ଟିକସ ଛାଡ଼ ସାମଗ୍ରୀ ପାଇଁ ଜିଏସ୍‌ଟି ପୃଥକ୍ ତାଲିକା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe