କମ୍ପାନିର ସର୍ତ୍ତ ନ ମାନିଲେ ଡିଲିଟ୍‌ ହୋଇଯିବ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌

କମ୍ପାନିର ସର୍ତ୍ତ ନ ମାନିଲେ ଡିଲିଟ୍‌ ହୋଇଯିବ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌

ନୂଆଦିଲ୍ଳୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପକୁ ନେଇ ଆସିଛି ବଡ଼ ଖବର । ଡିଲିଟ୍ ହୋଇଯିବ ହ୍ୱାଟସଆପ ବ୍ୟବହାରକାରୀଙ୍କ ଆକାଉଣ୍ଟ ! ଯଦି ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କିଛି ନିୟମ ତଥା ସର୍ତ୍ତକୁ ମାନିବାକୁ ହେବ। ନଚେତ୍ କଂପାନି ପକ୍ଷରୁ ଆପଣଙ୍କ ହ୍ୱାଟସଆପ୍ ଆକାଉଣ୍ଟକୁ ବନ୍ଦ କରି ଦିଆଯିବ। ତେବେ ହ୍ୱାଟସଆପର ଏହିି ନୂଆ ସର୍ତ୍ତାବଳୀ ନୂଆ ବର୍ଷରୁ ଲାଗୁ ହେବାକୁ ଯାଉଛି। ଯେଉଁଥିରେ ବ୍ୟବହାରକାରୀଙ୍କୁ କମ୍ପାନିର ସବୁ ସର୍ତ୍ତକୁ ମାନିବାକୁ ପରାମର୍ଶ ଦିଆଯାଇଛି। ଆଉ ଯଦି କେହି ଏହାକୁ ପାଳନ ନକରନ୍ତି ତେବେ ତାଙ୍କର ହ୍ୱାଟସଆପ ଆକାଉଣ୍ଟକୁ ଡିଲିଟ କରିଦିଆଯିବ । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ କଂପାନି ପକ୍ଷରୁ କିନ୍ତୁ ସେଭଳି କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ସାରା ବିଶ୍ୱରେ ହ୍ୱାଟସଆପର ପ୍ରାୟ ଦେଢ ବିଲିୟନରୁ ଅଧିକ ବ୍ୟବହାରକାରୀ ଅଛନ୍ତି । ଯଦି ଏମାନେ ନିଜର ସେବା ଆଗକୁ ଜାରି ରଖିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ପ୍ରଥମେ ହ୍ୱାଟସଆପର ଏହି ନୂତନ ନିୟମକୁ ମାନିବାକୁ ପଡ଼ିବ । ରିପୋର୍ଟ ଅନୁସାରେ ନୂଆ ଅପଡେଟ ସହିତ ହ୍ୱାଟସଆପରେ ଏହି  ଆପ ଆନାଉନ୍ସମେଣ୍ଟ  ଫିଚର ମଧ୍ୟ ଆଡ କରାଯିବ । ଅର୍ଥାତ୍ ହ୍ୱାଟସଆପକୁ ଯଦି କୌଣସି ଜିନିଷ ସଂପର୍କରେ ବ୍ୟବହାରକାରୀଙ୍କ ପାଇଁ ଘୋଷଣା କରିବାର ଥିବ ତେବେ ଆପ୍‌ରେ ହିଁ ଏ ସଂକ୍ରାନ୍ତରେ ସୂଚୀତ କରି ଦିଆଯିବ ।

ଏଠାରେ ଆମେ କହି ରଖୁଛୁ କି, ହ୍ୱାଟସଆପ ନିଜର ନିୟମରେ ପରିବର୍ତ୍ତନ ନେଇ ବହୁ ପୂର୍ବରୁ ହିଁ ଆଲୋଚନା କରିଆସୁଛି । ସେତେବେଳେ କମ୍ପାନି ପକ୍ଷରୁ ଫେସବୁକ ସହ ହ୍ୱାଟସଆପ ବ୍ୟବହାରକାରୀଙ୍କ ତଥ୍ୟ ବାଂଟିବାକୁ ଏକ ନୀତି ମଧ୍ୟ ଆଣିଥିଲା, ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe