ସବୁ ଖାଦ୍ୟଶସ୍ୟ ଝୋଟ ବସ୍ତାରେ ରହିବ: ସବୁ ଖାଦ୍ୟଶସ୍ୟ ଝୋଟ ବସ୍ତାରେ ରହିବ, କପା ନିଗମକୁ ଦିଆଯିବ ୧୭,୪୦୮ କୋଟି

Advertisment

ଇଥାନଲ୍‌ ଦାମ୍‌ରେ ଅଢ଼େଇ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି All grains will be in sacks

ଇଥାନଲ୍‌ ଦାମ୍‌ରେ ଅଢ଼େଇ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି All grains will be in sacks

ସବୁ ଖାଦ୍ୟଶସ୍ୟ ଝୋଟ ବସ୍ତାରେ ରହିବ: ସବୁ ଖାଦ୍ୟଶସ୍ୟ ଝୋଟ ବସ୍ତାରେ ରହିବ, କପା ନିଗମକୁ ଦିଆଯିବ ୧୭,୪୦୮ କୋଟି

ନୂଆଦିଲ୍ଲୀ: ଶତ ପ୍ରତିଶତ ଖାଦ୍ୟଶସ୍ୟକୁ ଝୋଟ ବସ୍ତାରେ ରଖିବା ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ଯେ ୨୦% ଚିନି ମଧ୍ୟ କେବଳ ଝୋଟ ବସ୍ତାରେ ରଖାଯିବ। ଝୋଟ ବସ୍ତା ବା‌ଧ୍ୟତାମୂଳକ ପ୍ୟାକେଜିଂ ସର୍ତ୍ତାବଳୀକୁ ଆଜି କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ଏହି ନିଷ୍ପତ୍ତି ଯୋଗୁଁ ୪୦ ଲକ୍ଷ ଝୋଟ ଚାଷୀଙ୍କ ଜୀବିକା ସୁରକ୍ଷିତ ରହିବ। ଝୋଟ କଳ ଓ ତତ୍ ସଂକ୍ରାନ୍ତୀୟ ୟୁନିଟ୍‌ଗୁଡ଼ିକରେ କାର୍ଯ୍ୟ କରୁଥିବା ପ୍ରାୟ ୩୭ ଲକ୍ଷ ଶ୍ରମିକ ମଧ୍ୟ ଉପକୃତ ହେବେ। ଖାଦ୍ୟଶସ୍ୟ ପ୍ୟାକେଜିଂ ଲାଗି ପ୍ରତି ସରକାର କେନ୍ଦ୍ର ସରକାର ୮୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣନ୍ତି। ପ୍ରତିବର୍ଷ ଦେଶରେ ୯ ଲକ୍ଷ ଟନ୍ ଝୋଟ ବସ୍ତା ଉତ୍ପାଦନ କରାଯାଉଛି। ଏହି ନିଷ୍ପତ୍ତି ଯୋଗୁଁ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟ ଉପକୃତ ହେବେ।

ଅନ୍ୟ ପକ୍ଷରେ, ଭାରତୀୟ କପା ନିଗମକୁ ୧୭,୪୦୮.୮୫ କୋଟି ଟଙ୍କାର ମୂଲ୍ୟ ସମର୍ଥନ ପ୍ରଦାନ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିଛି। ୨୦୧୪-୧୫ରୁ ୨୦୨୦-୨୧ କପା ବର୍ଷ ପର୍ଯ୍ୟନ୍ତ ପାଇଁ ନିଗମକୁ ଏହି ସହାୟତା ମିଳିବ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ପରିଚାଳନା‌ ଅଧୀନରେ ହୋଇଥିବା କ୍ଷତି ଭରଣା ନିମନ୍ତେ ନିଗମକୁ ଏହି ସହାୟତା ଦିଆଯିବ। କପା ହେଉଛି ଦେଶର ସବୁଠୁ ଲାଭକରୀ ଫସଲ। ପ୍ରାୟ ୫୮ ଲକ୍ଷ କପା ଚାଷୀ ଓ ଏହାର ପ୍ରକ୍ରିୟାକରଣ ଏବଂ ବ୍ୟବସାୟ ସହ ଜଡ଼ିତ ଥିବା ୪-୫ କୋଟି ଲୋକ ଏହି କ୍ଷେତ୍ର ଉପରେ ନିର୍ଭରଶୀଳ। ୨୦୨୦-୨୧ କପା ଋତୁରେ ଦେଶରେ ୧୩୩ ଲକ୍ଷ ହେକ୍ଟରରେ କପା ଚାଷ କରାଯାଇଥିଲା। ସେଥିରୁ ପ୍ରାୟ ୩୬୦ ଲକ୍ଷ ବେଲ୍‌ସ କପା ଉତ୍ପାଦନ କରାଯାଇଥିଲା। ୨୦୧୯-୨୦ ଓ ୨୦୨୦-୨୧ କପା ଋତୁରେ ନିଗମ ପକ୍ଷରୁ ୨୦୦ ଲକ୍ଷ ବଲେ୍‌ସ କପା କିଣାଯାଇଥିଲା। ସେଥିପାଇଁ ଚାଷୀଙ୍କ ଖାତାକୁ ୫୫ ହଜାର କୋଟି ଟଙ୍କା ପଠାଯାଇଥିଲା।

ଇଥାନଲ୍‌ ଦାମ୍‌ରେ ଅଢ଼େଇ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ: ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଇଥାନଲ୍‌ର ଲିଟର ପିଛା ମୂଲ୍ୟରେ ଅଢ଼େଇ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହା ଦ୍ବାରା ଆଖୁ ଚାଷୀମାନେ ଉପକୃତ ହେବେ। ଏହା‌ ବ୍ୟତୀତ ପେଟ୍ରୋଲ୍‌ରେ ମିଶାଇବା ଲାଗି ମଧ୍ୟ ଅଧିକ ଇଥାନଲ୍‌ ଉପଲବ୍ଧ ହେବ। ଆଜିର ଦରବୃଦ୍ଧି ପରେ ଆଖୁ ଭିତ୍ତିକ ଇଥାନଲ୍‌ର ଲିଟର ପିଛା ଦାମ୍ ୬୩ ଟଙ୍କା ୪୫ ପଇସାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ମୂଲ୍ୟ ୬୨ ଟଙ୍କା ୬୫ ପଇସା ଥିଲା। ଇଥାନଲ୍‌ର ନୂଆ ଦର ଡିସେମ୍ବର ୧ରୁ ଲାଗୁ ହେବ। ବି-ହେଭି ମୋଲାସେସ୍ ଓ ସି-ହେଭି ମୋଲାସେସ୍‌ରୁ ପ୍ରସ୍ତୁତ ଇଥାନଲ୍‌ର ଲିଟର ପିଛା ଦାମ୍‌ରେ ଯଥାକ୍ରମେ ୨ ଟଙ୍କା ୫୫ ପଇସା ଓ ୨ ଟଙ୍କା ୧୨ ପଇସା ବୃଦ୍ଧି କରାଯାଇଛି। ବି-ହେଭି ମୋ‌ଲାସେସ୍‌ର ଲିଟର ପିଛା ଦାମ୍ ୫୯ ଟଙ୍କା ୮ ପଇସାକୁ ବୃଦ୍ଧି ପାଇଥିବା ବେଳେ ସି-ହେଭି ମୋଲାସେସ୍‌ର ଦାମ୍ ୪୬ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି। ଇଥାନଲ୍‌ ମୂଲ୍ୟରେ ବୃଦ୍ଧି କରାଯାଇଥିବାରୁ ଉତ୍ତରପ୍ରଦେଶ ସମେତ ୧୨ଟି ରାଜ୍ୟର ଚାଷୀ ଉପକୃତ ହେବେ। ତୈଳ ଆମଦାନି ନିର୍ଭରଶୀଳତାକୁ ହ୍ରାସ କରିବା ଲାଗି ପେଟ୍ରୋଲ୍‌ରେ ୧୦% ଇଥାନଲ୍‌ ମିଶ୍ରଣ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏହା ଦ୍ବାରା ତୈଳ ଆମଦାନି ବିଲ୍ ଓ ଯାନାବହନ ଜନିତ ପ୍ରଦୂଷଣ କମ୍ ହେବ। ଏହା ବ୍ୟତୀତ ଇଥାନଲ୍‌କୁ ଅଧିକ ଦାମ୍‌ରେ ବିକ୍ରି କରି ଆଖୁ ଚାଷୀମାନେ ଉପକୃତ ମଧ୍ୟ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe