କୃଷିକୁ ଛାଡ଼ି ଅନ୍ୟ ସବୁ କ୍ଷେତ୍ର କ୍ଷତି ସହିବେ

Advertisment
କୃଷିରେ ଘରୋଇ ପୁଞ୍ଜିନିବେଶ ପାଇଁ ଆହ୍ବାନ

Farming Method

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେ‌ଳେ ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅର୍ଥନୀତିର ଅନେକ କ୍ଷେତ୍ର ବିପୁଳ ପରିମାଣର କ୍ଷତି ସହିବେ। କ୍ରେଡିଟ୍ ରେଟିଂ ଏଜେନ୍ସି କେୟାର ରେଟିଂସ୍‌ ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ବାଣିଜ୍ୟ, ହୋଟେଲ୍‌, ପରିବହନ ଓ ଯୋଗ‌ାଯୋଗ କ୍ଷେତ୍ର ସର୍ବାଧିକ ୩୮,୩୮୫ କୋଟି ଟଙ୍କାର କ୍ଷତି ସହିବ। ଏହା ପଛକୁ ମାନୁଫାକ୍‌ଚରିଂ କ୍ଷେତ୍ର ଦ୍ବିତୀୟ ସର୍ବାଧିକ ୩୭,୫୮୦ କୋଟି ଟଙ୍କାର କ୍ଷତି ସହିବ। ବଡ଼ କଥା ହେଉଛି କୃଷି କ୍ଷେତ୍ରକୁ ମହାମାରୀ ପ୍ରଭାବିତ କରିପାରିବ ନାହିଁ। କୃଷି କ୍ଷେତ୍ରରେ ଟଙ୍କାଟିଏ ବି କ୍ଷତି ହେବ ନାହିଁ ବୋଲି କେୟାର ରେଟିଂସ୍‌ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe