‘ଆଲେନ୍‌’ ଟ୍ୟାଲେଣ୍ଟେକ୍ସ ପରୀକ୍ଷା ଦେଲେ ୬୫ ହଜାର ଛାତ୍ରଛାତ୍ରୀ

Advertisment
‘ଆଲେନ୍‌’ ଟ୍ୟାଲେଣ୍ଟେକ୍ସ ପରୀକ୍ଷା ଦେଲେ ୬୫ ହଜାର ଛାତ୍ରଛାତ୍ରୀ

କୋଟା: ଆଲେନ୍‌ କ୍ୟାରିଅର ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଚଳିତ ମାସ ୧୫ରେ ଟ୍ୟାଲେଣ୍ଟେକ୍ସ ୨୦୧୮ ପରୀକ୍ଷା ୧୮ଟି ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ପରୀକ୍ଷାରେ ସଫଳ ହେବାକୁ ଥିବା ପଞ୍ଚମରୁ ଦଶମ ଏବଂ ଏକାଦଶ ବିଜ୍ଞାନର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମୋଟ ୧ କୋଟି ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଆଗାମୀ ନାମଲେଖା ସମୟ ପାଇଁ ଆଲେନ୍‌ ପକ୍ଷରୁ ୯୦% ପର୍ଯ୍ୟନ୍ତ ସ୍କଲାରସିପ୍‌ ମଧ୍ୟ ପ୍ରଦାନ କରାଯିବ। ଆଲେନ୍‌ର ନିର୍ଦେଶକ ନବୀନ ମାହେଶ୍ୱରୀ କହିଛନ୍ତି ଯେ, ଆମେ ସବୁ ରାଜ୍ୟକୁ ସାତଟି ଜୋନ୍‌ରେ ଭାଗ କରିଥିଲୁ। ସାରା ଦେଶକୁ ପାଞ୍ଚଟି ଜୋନ୍‌ରେ ଭାଗ କରାଯାଇଥିଲା। ଦେଶର ୧୫୯ଟି ସହରର ୨୫୨ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଟ୍ୟାଲେଣ୍ଟେକ୍ସ ୨୦୧୭ର ପରୀକ୍ଷା ଫଳ ନଭେମ୍ବର ୧୨ରେ ଘୋଷଣା କରାଯିବ। ଉଲ୍ଲେଖଯୋଗ୍ୟ ଯେ ଆଲେନ୍‌ ପକ୍ଷରୁ ଏହି ପରୀକ୍ଷା ୨୦୧୪ରୁ ଆରମ୍ଭ କରାଯାଇଥିଲା। ଦଶମ ଏବଂ ଏକାଦଶ ଶ୍ରେଣୀର ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଦ୍ୱିତୀୟ ଏବଂ ତୃତୀୟ ର‍୍ୟାଙ୍କଧାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ମିଳିବ। ସେହିପରି ଅଷ୍ଟମ ଏବଂ ନବମ ଶ୍ରେଣୀ ଟପର୍‌ଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଏବଂ ପଞ୍ଚମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଟପର୍‌ଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe