Economic Times
ନୂଆଦିଲ୍ଲୀ : ଦେଶରେ ୫ଜି ମୋବାଇଲ୍ ସେବାର ପରୀକ୍ଷଣ କରିବା ଲାଗି ଚାରିଟି ସଂସ୍ଥାକୁ ସରକାର ଅନୁମତି ଦେଇଛନ୍ତି। ତାହା ହେଉଛି ଏୟାରଟେଲ, ଭୋଡାଫୋନ୍ ଆଇଡିଆ, ଜିଓ ଓ ଏମ୍ଟିଏନ୍ଏଲ୍। ଦେଶରେ ୫ଜି ସେବା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହେବାର କୌଣସି ଆଶଙ୍କା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କିଛି ଦିନ ତଳେ ଆମେରିକାରେ ୫ଜି ସେବା ଆରମ୍ଭ ହେବା ପରେ ସେଠାକାର କିଛି ବିମାନ ଚଳାଚଳ ସଂସ୍ଥା ତାହାକୁ ନେଇ ଆପତ୍ତି ଉଠାଇଥିଲେ। ବିମାନରେ ଲାଗିଥିବା ଅଲ୍ଟିମିଟର ଯେଉଁ ବ୍ୟାଣ୍ଡ୍ରେ କାମ କରୁଛି ଆମେରିକାରେ ତାହାର ପାଖାପାଖି ବ୍ୟାଣ୍ଡ୍ର ସ୍ପେକ୍ଟ୍ରମରେ ୫ଜି ସେବା ପ୍ରଦାନ କରାଯାଉଛି। ମାତ୍ର ଭାରତରେ ଏହି ଦୁଇ ବ୍ୟାଣ୍ଡ୍ ମଧ୍ୟରେ ବଡ଼ ଧରଣର ଅନ୍ତର ରହିଥିବାରୁ ଏଠାରେ ସେଭଳି ବିପଦର ଆଶଙ୍କା କମ୍ ରହିଛି।
  
 Follow Us