ଆପ୍ଟିପ୍ଲସ୍‌କୁ ଶ୍ରେଷ୍ଠ ଆଇଏଏସ୍‌ କୋଚିଂ ପାଇଁ ପୁରସ୍କାର

Advertisment
ଆପ୍ଟିପ୍ଲସ୍‌କୁ ଶ୍ରେଷ୍ଠ ଆଇଏଏସ୍‌ କୋଚିଂ ପାଇଁ ପୁରସ୍କାର

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆପ୍ଟିପ୍ଲସ ଅନୁଷ୍ଠାନ ଓଡ଼ିଶାର ଶ୍ରେଷ୍ଠ ପ୍ରଶାସନିକ ସେବା କୋଚିଂ ଅନୁଷ୍ଠାନର ସମ୍ମାନ ଲାଭ କରିଛି। ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଗବେଷଣା ପରାମର୍ଶ କେନ୍ଦ୍ର ‘ଓ୍ଵାର୍ଲଡ ଓ୍ଵାଇଡ ଆଚିଭର୍ସ’ ଏବଂ ନ୍ୟୁଜ୍‌ ଚ୍ୟାନେଲ ‘ଇଣ୍ଡିଆ ଟୁଡେ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆପ୍ଟିପ୍ଲସ ଏକାଡେମିକୁ ଓଡ଼ିଶାର ଶ୍ରେଷ୍ଠ ସିଭିଲ ସର୍ଭିସ କୋଚିଂ ଅନୁଷ୍ଠାନ ଭାବେ ବିବେଚନା କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏହି ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସି. ପି. ଠାକୁରଙ୍କଠାରୁ ଅନୁଷ୍ଠାନର ନିର୍ଦେଶକ ଡ. ସୁସିଜିତ୍‌ ସାହୁ ମାନପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ବଲିଉଡ ଅଭିନେତ୍ରୀ ଶର୍ମିଳା ଟାଗୋର ଏବଂ ଅନୁଷ୍ଠାନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ଏହି ପୁରସ୍କାର ପାଇବା ପରେ ଅନୁଷ୍ଠାନର ନିର୍ଦେଶକ ଶ୍ରୀ ସାହୁ ସମସ୍ତ କର୍ମଚାରୀ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ଭୁବନେଶ୍ୱରରେ ସିଭିଲ ସର୍ଭିସ କୋଚିଂ ମାନଦଣ୍ଡକୁ ଆହୁରି ଉନ୍ନତ କରିବାକୁ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe