ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବାରୁ ଚିଙ୍ଗୁଡ଼ି ରପ୍ତାନି ଗୁରୁତର ବ୍ୟାହତ ହୋଇଛି। ବିଧାନସଭାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ଶୁଳ୍କ ବଢ଼ିବା ପରେ ଓଡ଼ିଶାରୁ ଚିଙ୍ଗୁଡ଼ି ରପ୍ତାନି ପ୍ରଭାବିତ ହୋଇଛି। ଏହାର ଭରଣା କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା କରି ବିକଳ୍ପ ବଜାର ସୃଷ୍ଟି କରିବାକୁ ପଦକ୍ଷେପ ନେଉଛନ୍ତି। ବିଶେଷ କରି ଜାପାନ, ଦକ୍ଷିଣ କୋରିଆ, ବ୍ରିଟେନ, ରୁଷ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ପୂର୍ବ ଏସିଆ ବଜାର ଜରିଆରେ ଆମେରିକା ପାଇଁ ହେଉଥିବା ରପ୍ତାନି କ୍ଷତି ଭରଣା କରିବାକୁ ଉଦ୍ୟମ କରାଯାଉଛି।
Demand: ୧୩ ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ କଲେ ଡ଼ାକ୍ତର
ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ମତ୍ସ୍ୟ ଓ ମତ୍ସ୍ୟଜାତ ଦ୍ରବ୍ୟ ରପ୍ତାନିରେ ରହିଥିବା ଭିତ୍ତିଭୂମି ଓ ଅନ୍ୟାନ୍ୟ ଅଭାବ ସମ୍ପର୍କରେ ସବିଶେଷ ବିବରଣୀ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି। ଗତ ନଭେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ରପ୍ତାନି ପ୍ରୋତ୍ସହନ ମିଶନକୁ ମଞ୍ଜୁରୀ ମିଳିଛି। ଏହି ମିଶନ ପାଇଁ ୨୦୨୫-୨୬ରୁ ୨୦୩୦-୩୧ ପର୍ଯ୍ୟନ୍ତ ୨୫,୦୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେ କହିଛନ୍ତି ଯେ ମୂଲ୍ୟଯୁକ୍ତ ମତ୍ସ୍ୟ ଓ ମତ୍ସ୍ୟ ଉତ୍ପାଦର ଉତ୍ପାଦନ ଓ ରପ୍ତାନି ମୂଲ୍ୟ ବଢ଼ାଇବା ପାଇଁ ରାଜ୍ୟରେ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନା, ଯନ୍ତ୍ରପାତି ସମ୍ପ୍ରସାରଣ, ଆଧୁନିକୀକରଣ, ବିବିଧକରଣ ରଖି ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି।
Int'l Day of Persons with Disabilities: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/04/prawan-2025-12-04-02-21-45.jpg)