ଦୁଇ ଦିନରେ ଆମାଜନ ମୁଖ୍ୟ ହରାଇଲେ ୧ ଲକ୍ଷ ୩୮ ହଜାର କୋଟି

Advertisment
ଦୁଇ ଦିନରେ ଆମାଜନ ମୁଖ୍ୟ ହରାଇଲେ ୧ ଲକ୍ଷ ୩୮ ହଜାର କୋଟି

ନ୍ୟୁୟର୍କ: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନି ଆମାଜନର ପ୍ରତିଷ୍ଠାତା ଜେଫ ‌ବେଜୋସ୍‌ଙ୍କର ମାତ୍ର ଦୁଇ ଦିନରେ ୧୯.୨ ବିଲିଅନ ଡଲାର ( ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା)ର ସମ୍ପତ୍ତି ଉଡ଼ିଯାଇଛି। ଦୁଇଟି କାରବାର ଦିବସରେ କମ୍ପାନିର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିବା ଯୋଗୁ ବେଜୋସ୍‌ଙ୍କୁ ଏହି କ୍ଷତି ସହିବାକୁ ପଡ଼ିଛି। ନାସଦାକରେ ଆମାଜନର ସେୟାର ମୂଲ୍ୟ ହ୍ରାସ ଘଟିବା ଯୋଗୁ ଏଭଳି ହୋଇଛି। କେବଳ ବେଜୋସ ନୁହନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍‌ସ୍‌ ମଧ୍ୟ ୫୩୮ ନିୟୁତ ଡଲାର ହରାଇଛନ୍ତି। ଫେସ୍‌ବୁକ୍‌ ସହପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଗତ ଜୁଲାଇରେ ୧୬ ବିଲିଅନ ଡଲାର ସମ୍ପତ୍ତି ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe