ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଅମାଜନ୍ ଡଟ୍ ଇନ୍ ପକ୍ଷରୁ ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ଅକ୍ଟୋବର ୧୦ ତାରିଖ ରାତି ୧୨ଟାରୁ ଅକ୍ଟୋବର ୧୫ ତାରିଖ ରାତ୍ରୀ ୧୧:୫୯ ଘଟିକା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ସମୟରେ ଗ୍ରାହକ ଆମାଜନ୍ରେ ମହଜୁଦ୍ ଥିବା ୧୭୦ ନିୟୁତରୁ ଅଧିକ ସାମଗ୍ରୀ ମଧ୍ୟରୁ ଗ୍ରାହକ ନିଜ ମନପସନ୍ଦର ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଇବେ। ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଫେସନ୍ ସାମଗ୍ରୀ, ଗୃହ ଏବଂ କିଚେନ୍ ସାମଗ୍ରୀ, ବୃହତ୍ ଆପଲାଏନ୍ସ୍, ଟିଭି, ସ୍ପୋର୍ଟସ୍ ଏବଂ ଫିଟ୍ନେସ୍ ସାମଗ୍ରୀ ପ୍ରଭୃତି ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଆମାଜନ୍ ଷ୍ଟୋର୍ରୁ କ୍ରୟ କରିପାରିବେ। ପ୍ରାଇମ୍ ସଦସ୍ୟଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯିବ। ଏସ୍ବିଆଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ୧୦ ପ୍ରତିଶତ ରିହାତି ସୁଯୋଗ ଉପଲବ୍ଧ ହେବ। ଆମାଜନ ପେ ବାଲାନ୍ସ ଗ୍ରାହକଙ୍କୁ ୩୦୦ ଟଙ୍କାର କ୍ୟାସ୍ ବ୍ୟାକ୍ ସୁବିଧା ଉପଲବ୍ଧ ହେବ। ଏହି ଅବସରରେ ୩ ଇକୋ ଡିଭାଇସ୍ର ବଜାର ପ୍ରବେଶ କରାଯିବ। ସେଥିମଧ୍ୟରେ ଅଲ୍ ନିୟୁ ଇକୋ ଡଟ୍, ଅଲ୍ ନିୟୁ ପ୍ଲସ୍ ଏବଂ ଇକୋ ସବ୍ ଆଦି ରହିଛି। ଏହାର ପ୍ରି-ଅର୍ଡର କରାଯିବ। ଏହି ଅବସରରେ ୧୬୦୦ ରୁ ଅଧିକ ଭାରତୀୟ ତଥା ଅନ୍ତର୍ଜାତୀୟସ୍ତରର ଉତ୍ପାଦ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ସେଥି ମଧ୍ୟରେ ୧୦୦ ରୁ ଅଧିକ ବଡ଼ ଭାରତୀୟ କମ୍ପାନୀ ରହିଛି।
ପାର୍ବଣ ଉପଲକ୍ଷେ ଆମାଜନ୍ ଘୋଷଣା କଲା ଗ୍ରେଟ୍ ଇଣ୍ଡିଆନ୍ ସେଲ୍, ଅକ୍ଟୋବର ୧୦ରୁ ଆରମ୍ଭ
Advertisment
Follow Us