Brand Equity
ନୂଆଦିଲ୍ଳୀ: ଇ-କମର୍ସ କମ୍ପାନି ଆମାଜୋନ୍ ରବିବାର ତା’ର ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ୍ ସେଲିବ୍ରେସନ୍ ଅଫର୍ ଘୋଷଣା କରିଛି। ଏହା ମାଧ୍ୟମରେ ଗ୍ରାହକମାନେ ସ୍ମାର୍ଟଫୋନ୍, ଲାପ୍ଟପ୍, କ୍ୟାମେରା , ଟିଭି ଆଦିରେ ସ୍ୱତନ୍ତ୍ର ଅଫର୍ ପାଇପାରିବେ।
ଆମାଜୋନ୍ର ନୂଆ ପାର୍ବାଣ ବିକ୍ରି ଅକ୍ଟୋବର ୧୩ରୁ ଆରମ୍ଭ ହୋଇଯାଇଛି। ୧୩ ତାରିଖ ରାତି ୧୧.୫୯ରୁ ୧୭ ତାରିଖ ମଧ୍ୟରେ ଏହି ଅଫର୍ ଉପଲବ୍ଧ ହେବ। ପ୍ରାଇମ୍ ମେମ୍ବରମାନେ ରବିବାର ମଧ୍ୟାହ୍ନ ୧୨ଟାରୁ ଏହି ଅଫର୍ର ଲାଭ ଉଠାଇ ଚାଲିଛନ୍ତି।
Zee Newsଏହି ଅଫର୍ ମାଧ୍ୟମରେ ଆମାଜୋନ୍ ଏକ ସ୍ମାଟ୍ଫୋନ ଉପରେ ୪୦ ପ୍ରତିଶତ ରିହାତି ପ୍ରଦାନ କରୁଛି। ମାଗଣାରେ ସ୍କ୍ରିନ୍ ବଦଳାଇବାରୁ ନେଇ ଆକର୍ଷଣୀୟ ଫେରସ୍ତ ବା ବଦଳ ଅଫର୍, ଇଏମ୍ଆଇ ଆଦି ଉପଲବ୍ଧ ହେବ।
ଲୋକପ୍ରିୟ ବ୍ରାଣ୍ଡ୍ଗୁଡ଼ିକ ସବୁ ଏହି ଅଫର୍ରେ ଉପଲବ୍ଧ ହେବ। ଆପେଲ୍, ସାଓମି, ଓ୍ଵାନ୍ପ୍ଲସ୍, ସାମ୍ସଙ୍ଗ୍, ଭିଭୋ ଆଦି ବ୍ରାଣ୍ଡ୍ ଅଫର୍ରେ କିଣିପାରିବେ ଗ୍ରାହକ। ଏଚ୍ପି, କ୍ୟାନନ, ଲେନୋଭୋ ଆଦି ୨୦୦ ବଛା ବଛା ଲୋକପ୍ରିୟ ବ୍ରାଣ୍ଡ୍ ଉପରେ ଅଫର ପ୍ରଦାନ କରିବ ଆମାଜୋନ୍।
Follow Us