ଆମାଜନ ଦେଉଛି ଆପଣଙ୍କୁ ୧୫ ହଜାର ଟଙ୍କା ଜିତିବାର ସୁ‌ଯୋଗ

ଆମାଜନ ଦେଉଛି ଆପଣଙ୍କୁ ୧୫ ହଜାର ଟଙ୍କା ଜିତିବାର ସୁ‌ଯୋଗ

ନୂଆଦିଲ୍ଲୀ: ଆମାଜନ ଆପଣଙ୍କୁ ପୁରସ୍କାର ଜିତିବାର ସୁଯୋଗ ଦେଉଛି। ଆମାଜନରେ ପ୍ରତିଦିନ ଆପ କୁଇଜର ଆୟୋଜନ କରାଯାଉଛି। ଏହାର ସମସ୍ତ ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଲେ ଆମାଜନ ପେରେ ପୁରସ୍କାର ମିଳିବ। ଆଜି ଅର୍ଥାତ ଜାନୁଆରି ୧୨ ତାରିଖରେ ପାଞ୍ଚଟି ପ୍ରଶ୍ନର ସଠିକ ଉତ୍ତର ଦେଲେ ଆପଣ ଲକି ଉଇନର ହୋଇପାରିବେ। ବିଜେତା ହେବାପରେ ୧୫,୦୦୦ଟଙ୍କାର ପୁରସ୍କାର ଜିତିପାରିବେ।

ଏହି ପ୍ରାଇଜ ଆପଣଙ୍କୁ ଆମାଜନ ପେ ବାଲାନ୍ସରେ ଦିଆଯିବ। ତେବେ ଆପଣଙ୍କୁ ଚୟନ କରାଯିବା ପରେ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ବିଜେତାଙ୍କ ଘୋଷଣା ଲକି ଡ୍ର ଜରିଆରେ କରାଯିବ। ଆମାଜନ ଆପ କୁଇଜରେ ପ୍ରଶ୍ନ ସାଧାରଣ ଜ୍ଞାନ ଓ କରେଣ୍ଟ ଆଫେୟର୍ସକୁ ନେଇ ପଚରାଯିବ।
ତେବେ ଆମାଜନର ଏହି କୁଇଜରେ ଭାଗ ନେବାକୁ ହେଲେ ଆପଣଙ୍କୁ ଆପକୁ ଫୋନରେ ଡାଉନ‌ଲୋଡ କରିବାକୁ ହେବ। ଆମାଜନ ଆପ ଆଣ୍ଡ୍ରୋଏଡ ଓ ଆଇଫୋନ ପାଇଁ ଉବଲବ୍ଧ ରହିଛି।

ଆପ ଡାଉନଲୋଡ ହୋଇଯିବା ପରେ ଆପଣ ଆପଣଙ୍କ ଆକାଉଣ୍ଟରେ ଲଗଇନ କରିବେ। ଏହାପରେ ଆପରେ ଫନ ଜୋନ ସେକସନକୁ ଯିବେ।  ଫନ ଜୋନ ଓପନ କରିବା ପ‌ରେ ଆପଣଙ୍କୁ ତୃତୀୟ ଓ ଚତୁର୍ଥ ସେକସନରେ ଲାଲ ରଙ୍ଗର ବ୍ୟାନର ଦେଖିବାକୁ ମିଳିବ। ଏଥିରେ ପ୍ରଶ୍ନ ଓ ଉଇନ ଲେଖାଥିବ। ଏହା ଉପରେ କ୍ଲିକ କରି ଆପଣ କୁଇଜ ଖେଳି ପାରିବେ।

ଏହି କୁଇଜ ପୂରା ଦିନ ପାଇଁ ବୈଧ ରହିଛି। ବିଜେତାର ଘୋଷଣା ଲକି ଡ୍ର ଜରିଆରେ କରାଯିବ। ଆଜିର ବିଜେତା ଘୋଷଣା ଜାନୁଆରି ୧୩ ତାରିଖରେ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe