ମହାକାଶ ଯାତ୍ରା କରିବେ ଆମାଜନ ମୁଖ୍ୟ

Advertisment
ମହାକାଶ ଯାତ୍ରା କରିବେ ଆମାଜନ ମୁଖ୍ୟ

Forbes

ନୂଆଦିଲ୍ଲୀ: ଇ-କମର୍ସ କଂପାନି ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜୋସ୍‌ ଆସନ୍ତା ମାସରେ ମହାକାଶ ଯାତ୍ରା କରିବେ। ନିଜ ରକେଟ୍ କଂପାନି ବ୍ଲୁ ଅରିଜିନ୍‌ର ପ୍ରଥମ ମହାକାଶ ବିମାନରେ ସେ ନିଜ ଭାଇ ସହ ଯାତ୍ରା କରିବେ। ଏ ସମ୍ପର୍କରେ ବେଜୋସ୍ କହିଛନ୍ତି ଯେ ମୋତେ ଯେତେବେଳେ ପାଞ୍ଚ ବର୍ଷ ‌ହୋଇଥିଲା ମୁଁ ସେ‌‌ତେବେଳେ ମହାକାଶ ଯିବାକୁ ସ୍ବପ୍ନ ଦେଖୁଥିଲି। ଜୁଲାଇ ୨୦ରେ ମୁଁ ମୋ ଭାଇ ସହ ସେହି ଯାତ୍ରାରେ ବାହାରିବି ବୋଲି ବେଜୋସ୍‌ ଇନଷ୍ଟାଗ୍ରାମ୍‌ରେ ଲେଖିଛନ୍ତି। ଘରୋଇ ସଂସ୍ଥା ବ୍ଲୁ ଅରିଜିନ୍ ଲୋକମାନଙ୍କୁ ମହାକାଶ ଭ୍ରମଣ କରିବାର ସୁଯୋଗ ଦେବାକୁ ଚାହୁଛି। ତାହାକୁ ଏକ ନୂତନ ବଜାର ଭାବେ ସୃଷ୍ଟି କରିବା ହେଉଛି କଂପାନିର ମୂଳ ଲକ୍ଷ୍ୟ। ‌କଂପାନିର ପ୍ରଥମ ବିମାନର ଲାଗି ଆବେଦନ ଆହ୍ବାନ ପ୍ରକ୍ରିୟା ଜାରି ରହିଛି। ପ୍ରତି ଯାତ୍ରୀଙ୍କ ଠାରୁ କଂପାନି ୨୦୦,୦୦୦ ଡଲାର ସଂଗ୍ରହ କରୁଛି। ବିମାନ କଂପାନି ଭର୍ଜିନ୍ ଏୟାରଲାଇନ୍ସର ମୁଖ୍ୟ ରିଚାର୍ଡ ବ୍ରାନ୍‌ସନ୍‌ଙ୍କ କଂପାନି ଭର୍ଜିନ୍ ଗାଲାକ୍ଟିକ୍ ହୋଲଡିଙ୍ଗ୍‌ ମଧ୍ୟ ଲୋକମାନଙ୍କୁ ମହକାଶ ଭ୍ରମଣ କରିବାର ସୁଯୋଗ ପ୍ରଦାନ କରିବା ଉପରେ କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe