ଛଟେଇ ସୁନିଶ୍ଚିତ କଲା ‘ଆମାଜନ୍‌’: ୧୦,୦୦୦ ପ୍ରଭାବିତ କର୍ମଚାରୀଙ୍କ ନିକଟକୁ ଇମେଲ୍‌ରେ ନୋଟିସ୍‌ ଜାରି

Advertisment
ଛଟେଇ ସୁନିଶ୍ଚିତ କଲା ‘ଆମାଜନ୍‌’: ୧୦,୦୦୦ ପ୍ରଭାବିତ କର୍ମଚାରୀଙ୍କ ନିକଟକୁ ଇମେଲ୍‌ରେ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଲାଭ ହେଉ ନ ଥିବାରୁ ବ୍ୟୟ ହ୍ରାସ ନିମନ୍ତେ ‘ଆମାଜନ୍‌’ କର୍ମଚାରୀ ଛଟେଇ ଆରମ୍ଭ କରିଛି। ବିଶ୍ବବ୍ୟାପୀ ବିଭିନ୍ନ ବିଭାଗରୁ ଚଳିତ ସପ୍ତାହରେ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା କଥା ମଧ୍ୟ ‘ଆମାଜନ୍’ କହିଛି।

ଔପଚାରିକଭାବେ ସୂଚନା ଦିଆଯାଇ ନ ଥିଲେ ବି ବୁଧବାର ଦିନଠାରୁ ଛଟେଇ ଆରମ୍ଭ ହୋଇଛି। କିନ୍ତୁ, ନିକଟ ଅତୀତରେ ‘ଆମାଜନ୍‌’ ଜାରି କରିଥିବା ବିବୃତିରେ ସୁନିଶ୍ଚିତ କରିଥିଲା ଯେ, ସାମଗ୍ରିକ ଅର୍ଥନୈତିକ କୁପ୍ରଭାବ ଯୋଗୁଁ କର୍ମଚାରୀ ଛଟେଇ କରିବାକୁ ନିଶ୍ଚିତ କରିଛି।

publive-image Image Courtesy of Forbes

‘ଆମାଜନ୍‌’ ଔପଚାରିକ ଭାବେ ଜାରି କରିଥିବା ବିବୃତିରେ ‘ଡିଭାଇସେସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ବରିଷ୍ଠ ଉପାଧ୍ୟକ୍ଷ ଡେଭିଡ୍‌ ଲିମ୍ପ୍‌ ସୁନିଶ୍ଚିତ କରିଛନ୍ତି ଯେ, ଛଟେଇ ହେବାକୁ ଥିବା କର୍ମଚାରୀମାନଙ୍କୁ କମ୍ପାନି ନୋଟିସ ପଠାଇ ସାରିଛି। ପ୍ରତିକୂଳ ଅର୍ଥନୈତିକ ପରିସ୍ଥିତି ଏ ଭଳି କରାଯାଉଥିବା କଥା ସେ କହିଛନ୍ତି।

publive-image Image Courtesy of ET Telecom

ଏହି ଛଟେଇ ବିଶ୍ବବ୍ୟାପୀ ‘ଆମାଜନ୍‌’ର କର୍ମଚାରୀମାନଙ୍କୁ ପ୍ରଭାବିତ କରିବା ସହିତ ତା’ର ଡିଭାଇସ୍‌ ଅର୍ଗାନାଇଜେନସ୍‌, ରିଟେଲ୍‌ ଡିଭିଜନ୍‌ ଏବଂ ମାନବ ସମ୍ବଳ ଉପରେ ବି ପ୍ରଭାବ ପକାଇବ। ଛଟେଇ ହେବାକୁ ଥିବା କର୍ମଚାରୀମାନଙ୍କ ପାଖକୁ ଆସିଥିବା ଇମେଲ୍‌ରେ କମ୍ପାନି ସେମାନଙ୍କୁ ମାସେ ଦୁଇ ମାସ ସମୟ ଦେଇ କମ୍ପାନିରେ ଆଉ କିଛି କାମ ଖୋଜିବାକୁ କହିଛି। ଯଦି ଉକ୍ତ କର୍ମଚାରୀମାନେ କମ୍ପାନିରେ କ‌ୌଣସି ନୂଆ ଭୂମିକା ବା କାମ ପାଇବାରେ ବିଫଳ ହୁଅନ୍ତି ତେବେ ‘ଆମାଜନ୍‌’ ତାଙ୍କୁ ସେପାରେସନ୍‌ ପେମେଣ୍ଟ୍‌, ଟ୍ରାଞ୍ଜିସ୍‌ନାଲ୍‌ ବେନିଫିଟ୍‌ସ୍‌ ଏବଂ ଏକ୍‌ଷ୍ଟର୍‌ନାଲ୍‌ ଜବ୍‌ ପ୍ଲେସ୍‌ମେଣ୍ଟ୍‌ରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe