ଆମାଜନ ବନ୍ଦ କରିଦେବ ଏହି ସେବା

Advertisment
ଆମାଜନ ବନ୍ଦ କରିଦେବ ଏହି ସେବା

ନୂଆଦିଲ୍ଲୀ: ନାମୀ ଇ-କର୍ମସ ସାଇଟ ଆମାଜନ ନିଜର ଏକ ସେବାକୁ ବନ୍ଦ କରିବାକୁ ଯାଉଛି ବୋଲି ଆମାଜନ ଇଣ୍ଡିଆ ଘୋଷଣା କରିଦେଇଛି। ଏହାଦ୍ବାରା ଅନେକ ଆମାଜନ ବ୍ୟବହାରକାରୀ  ଓ କର୍ମଚାରୀ ପ୍ରଭାବିତ ହେବେ ବୋଲି କୁହାଯାଉଛି।

ଆଗାମୀ ମାସ ଅର୍ଥାତ ଡିସେମ୍ବର ୨୯ରୁ ଭାରତରେ ଆମାଜନ ଫୁଡ଼ ସେବା ବନ୍ଦ ହୋଇଯିବ।  ଆମାଜନ ଫୁଡକୁ ୨୦୨୦ରେ ଲଞ୍ଚ କରାଯାଇଥିଲା। ଏହି ସେବାକୁ କମ୍ପାନି ମହାମାରୀ କରୋନା ସମୟରେ ଆରମ୍ଭ କରିଥିଲା। ଏହି ଫୁଡ ସେବା ଦ୍ବାରା  ଲୋକଙ୍କ ପାଖକୁ ଖାଦ୍ୟ ପହଞ୍ଚା ଯାଉଥିଲା। କମ୍ପାନି ଏହି ସେବା ଦ୍ବାରା ସୁଇଗି ଓ ଜୋମାଟୋକୁ ଟକ୍କର ଦେବାକୁ ଚାହୁଁଥିଲା।

ତେବେ ଏହି ଆମାଜନ ଫୁଡ଼ ସେବାକୁ ବେଙ୍ଗାଲୁରୁରେ ଆରମ୍ଭ କରାଯାଇଥିଲା। ଅନ୍ୟ ସହରରେ ବି ଏହାକୁ ଆରମ୍ଭ କରିବା ନେଇ କମ୍ପାନି ଯୋଜନା ରଖିଥିଲା। କିନ୍ତୁ କମ୍ପାନି ଏପରି ନକରି ଏହି ସେବାକୁ ବନ୍ଦ କରିବାକୁ ଘୋଷଣା କରିଛି। ଏଥିସହିତ ରେସ୍ତୋରାଁକୁ କହିଛି କି, ସେ ସମସ୍ତ ପେମେଣ୍ଟ ଆଉ ହୋଇଥିବା କଣ୍ଟ୍ରାକ୍ଟକୁ ପୂରା କରିବ।

ଆମାଜନକୁ ଏହି ସେବା ପାଇଁ  ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏହି କାରଣରୁ କମ୍ପାନିକୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି କୁହାଯାଉଛି। ତେବେ ଏହାଦ୍ବାରା ପ୍ରଭାବିତ ହେବାକୁ ଥିବା କର୍ମଚାରୀଙ୍କୁ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ବି କମ୍ପାନି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କମ୍ପାନି ଅତି ଭଲ ଅନଲାଇନ ସପିଂ ଗ୍ରାହକଙ୍କୁ ଦେବା ପାଇଁ କ୍ରମାଗତ ଭାବେ କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe