ଅସହ୍ୟ ହେଉଛି କି ଗ୍ରୀଷ୍ମ ତାତି? ସାଥୀରେ ନେଇପାରିବେ ଏହି ପୋର୍ଟେବଲ୍‌ ଫ୍ୟାନ୍‌, ଦର ୫୦୦ ଟଙ୍କାରୁ କମ୍‌

Advertisment
ଅସହ୍ୟ ହେଉଛି କି ଗ୍ରୀଷ୍ମ ତାତି? ସାଥୀରେ ନେଇପାରିବେ ଏହି ପୋର୍ଟେବଲ୍‌ ଫ୍ୟାନ୍‌, ଦର ୫୦୦ ଟଙ୍କାରୁ କମ୍‌

www.aajtak.in

ନୂଆଦିଲ୍ଲୀ: ପ୍ରଚଣ୍ଡ ଖରା ଯୋଗୁ ହେଉଥିବା ଗରମ ଲୋକଙ୍କ ଅବସ୍ଥା ଖରାପ କରି ରଖିଛି। ଲୋକେ କିପରି ନିଜ ଶରୀରକୁ ଟିକେ ଥଣ୍ଡା କରିପାରିବେ ସେ ନେଇ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହାରି ମଧ୍ୟରେ ଏବେ ସବୁଠାରୁ ଚର୍ଚ୍ଚାରେ ରହିଛି ଏକ ପୋର୍ଟେବଲ୍‌ ଫ୍ୟାନ୍‌। ଘରୁ ହେଉ ବା ଅଫିସ୍‌ ହେଉ, ବାହାରକୁ ବାହାରିବା ବେଳେ ଲୋକଙ୍କୁ ପ୍ରଥମେ ଚିନ୍ତା କରିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ ପୋର୍ଟେବଲ୍‌ ଫ୍ୟାନ୍‌ ଆପଣଙ୍କ ପାଇଁ ଏକମାତ୍ର ଜିନିଷ ଯାହା ଗରମରୁ ସାମାନ୍ୟ ସୁରକ୍ଷା ଦେଇପାରେ।

ବଜାରରେ ଆପଣ ପୂର୍ବରୁ ବି ଅନେକ ପୋର୍ଟେବଲ୍‌ ଜିନିଷ ଦେଖିଥିବେ। ଯାହାକୁ ଆପଣ ବୁଲିବାକୁ ଯିବା ସମୟରେ ନିଜ ସାଥୀରେ ନେଇପାରିବେ। ଇ-କମର୍ସ ସାଇଟ୍‌ ଆମାଜନ୍‌ରେ ଏବେ ଏହି ପୋର୍ଟେବଲ୍‌ ଫ୍ୟାନ୍‌ ଉପଲବ୍ଧ ରହିଛି। ଏହାର ଦର ବି ଖୁବ୍ କମ୍‌ ରହିଛି। ଏହି ଫ୍ୟାନ୍‌କୁ ଆପଣ ଇୟର୍‌ଫୋନ୍‌ ପରି ଗଳାରେ ଓହଳାଇ ପାରିବେ। ନାଇ ତ ପୁଣି ନିଜ ପକେଟରେ ରଖି କରି ବୁଲାଚଲା କରିପାରିବେ।

ଜାଇଆଟପ୍‌ର ଏହି କ୍ଷୁଦ୍ର ଫ୍ୟାନ୍‌ଟି ୫୦୦ ଟଙ୍କାରୁ ବି କମ୍‌। ଏହି ଫ୍ୟାନ୍‌ଟି ବ୍ୟାଟେରୀ ଚାଳିତ। ବ୍ୟାଟେରୀ ଦ୍ବାରା ଚାଳିତ ଏହି ଫ୍ୟାନ୍‌ଟିକୁ ଚାର୍ଜ କରାଯାଇଥାଏ। ଏଥିରେ ୨ଟି ସ୍ପିଟ୍‌ କଣ୍ଟ୍ରୋଲ୍‌ ରହିଛି। ଯଦି ଭୁଲ୍‌ରେ ଆପଣଙ୍କ ହାତ ଫ୍ୟାନ୍‌ର ବ୍ଲେଡ୍‌ରେ ବାଜିଯାଏ ତ ଫ୍ୟାନ୍‌ଟି ଆପେ ଆପେ ବନ୍ଦ ହୋଇଯିବ। ଏହାକୁ ଥରେ ଫୁଲ୍‌ ଚାର୍ଜ କରି ଦେଲେ ଫ୍ୟାନ୍‌ଟି ୨୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe