ଏଣିକି ‘ଆମାଜନ ପେ’ରେ ଗ୍ରାହକ ଉଠାଇ ପାରିବେ ଏହି ଯୋଜନାର ଫାଇଦା

ଆମାଜନ ପେ ପକ୍ଷରୁ ’ଗୋ କ୍ୟାସ୍‌ଲେସ୍‌ ମେଳା’, ଡିଜିଟାଲ ପେମେଣ୍ଟ କଲେ ମିଳିବ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ଡଟ୍‌ ଇନ୍‌ ପକ୍ଷରୁ ‘ଆମାଜନ ପେ’ର ଘୋଷଣା କରାଯାଇଛି। ‘ଆମାଜନ ପେ’ ସହାୟତାରେ ଗ୍ରାହକ ସେମାନଙ୍କର ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ ତଥା ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସହଜ ତଥା ନୂତନ ଅଭିଜ୍ଞତା ହାସଲ କରିବାକୁ ସକ୍ଷମ ହେବେ। କେବଳ ଏତିକି ନୁହେଁ ‘ଆମାଜନ ପେ’ ଦ୍ୱାରା ଗ୍ରାହକ ମୋବଇଲ୍‌ ରିଚାର୍ଜ, ଖାଦ୍ୟ, ତଥା ଟିକେଟିଂ ଆଦି ସୁବିଧା ଘରେ ବସି ହାସଲ କରିପାରିବେ। ଗ୍ରାହକ ସେମାନଙ୍କ ଆମାଜନ ଫେ ବାଲାନ୍ସରେ କ୍ୟାସ୍‌ ସଂରକ୍ଷିତ କରି ଅନନ୍ୟ ସୁବିଧା ହାସଲ କରିପାରିବେ।

publive-image

ଗ୍ରାହକଙ୍କ ବ୍ୟାଙ୍କ ଆକାଉଂଟ ଏବଂ ଡେବିଟ୍‌/କ୍ରେଡିଟ୍‌ କାର୍ଡରୁ ପେ ବାଲାନ୍ସକୁ ସହଜରେ କ୍ୟାସ୍‌ ଟ୍ରାନ୍ସଫର ମଧ୍ୟ କରିହେବ। କ୍ୟାସ୍‌ଲେସ୍‌ ଅଭିଯାନକୁ ସଫଳ କରାଇବା ପାଇଁ ତଥା ଏହି ପ୍ରଣାଳୀକୁ ସୁରକ୍ଷିତ ଏବଂ ତତ୍କାଳ କରାଇବା ପାଇଁ ଅମାଜନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହା ସହିତ ଗ୍ରାହକ ଅତିରିକ୍ତ ଭାବେ ୧୦, ୦୦୦ଟଙ୍କା ସେମାନଙ୍କର ପେ ବାଲାନ୍ସରେ ଅନ୍ତର୍ଭୁକ୍ତ କରିପାରିବେ।
ଆମାଜନ୍‌ର ପେ ବାଲାନ୍ସ୍‌ ଅନଲାଇନ୍‌ରେ ଗ୍ରାହକଙ୍କୁ ସେମାନଙ୍କ ଅର୍ଡର ଅନୁସାରେ ପେମେଣ୍ଟ ବ୍ୟବସ୍ଥାକୁ କରାଇବ। ଏହା ଦ୍ୱାରା ଗ୍ରାହକ ସହଜରେ ଅନଲାଇନ୍‌ କାରବାର କରିବାକୁ ସକ୍ଷମ ହେବେ ଏବଂ ବାଲାନ୍ସ୍‌ ସମ୍ପର୍କିତ ତଥ୍ୟ ସହଜରେ ହାସଲ କରିପାରିବେ।

publive-image

ଏହି ଘୋଷଣା ଅବସରରେ ‘ଆମାଜନ୍‌ ପେ’ର ନିର୍ଦ୍ଦେଶକ ମହନ୍ଦ୍ରେ ନେରୁର୍‌କାର କହିଲେ, ‘ ଆମାଜନ ପେ’ର ଏପରି ଏକ ଅନନ୍ୟ ସୁବିଧାର ଶୁଭାରମ୍ଭ କରିଥିବାରୁ ଆମ୍ଭେମାନେ ବେଶ୍‌ ଆନନ୍ଦିତ। ଆମାଜନର ନିଜସ୍ୱ ଉତ୍ପାଦନ ଏଡବ୍ଲୁ୍ରଏସ୍‌, କିଣ୍ଡଲେ, ଫାୟାର୍‌, ଟ୍ୟାବଲେଟ୍‌, ଫାୟାର୍‌ ଟିଭି, ଅମାଜନ୍‌ ଇକୋ, ଆଲେକ୍ସା ପ୍ରଭୃତି ବିଶେଷ ଖ୍ୟାତି ହାସଲ କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe