ଆମାଜନ୍‌ର ପ୍ରାଇମ୍‌ ସ୍ପେଶାଲ୍‌ ସେଲ୍‌: ୧୫ରୁ ୧୬ ଜୁଲାଇ ଭିତରେ ୧୦୦୦ରୁ ଅଧିକ ନୂଆ ସାମଗ୍ରୀ ହେବ ଲଞ୍ଚ

ଆମାଜନ୍‌ର ପ୍ରାଇମ୍‌ ସ୍ପେଶାଲ୍‌ ସେଲ୍‌: ୧୫ରୁ ୧୬ ଜୁଲାଇ ଭିତରେ ୧୦୦୦ରୁ ଅଧିକ ନୂଆ ସାମଗ୍ରୀ ହେବ ଲଞ୍ଚ

zeenews

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଆମାଜନ୍‌ ନିଜର ପ୍ରାଇମ୍‌ କଷ୍ଟମରଙ୍କ  ପାଇଁ ୧୫ରୁ ୧୬ ଜୁଲାଇ ଭିତରେ ସ୍ପେଶାଲ ସେଲ୍‌ ଆଣୁଛି। ଏହି ସେଲ୍‌ରେ ୧୦୦୦ରୁ ଅଧିକ ନୂଆ ସାମଗ୍ରୀ ଲଞ୍ଚ କରାଯିବ। ଏଚଡିଏଫ୍‌ସି ବ୍ୟାଙ୍କ୍‌ର କ୍ରେଡିଟ ଓ ଡେବିଟ କାର୍ଡ ବ୍ୟବହାର କରି ଗ୍ରାହକ ତୁରନ୍ତ ୧୦ ପ୍ରତିଶତ ରିହାତି ପାଇ ପାରିବେ। ଏଥିସହିତ ବୋନସ୍‌ ଅଫର ବି ମିଳିବ।

ଭାରତ ସହିତ ୧୮ଟି ଦେଶରେ ପ୍ରାଇମ୍‌ର ୧୦ କୋଟି ସଦସ୍ୟ ଅଛନ୍ତି। ପ୍ରାଇମ୍‌ ନାଓରେ ବେଙ୍ଗାଲୁରୁ, ମୁମ୍ବାଇ, ନୂଆଦିଲ୍ଲୀ ଓ ହାଇଦ୍ରାବାଦ ଭଳି ସହରରେ ଅନେକ ପ୍ରକାର ସାମଗ୍ରୀ ଉପରେ ଦୁଇଘଣ୍ଟାର ଫାଷ୍ଟ ଡେଲିଭରିର ସୁବିଧା ବି ଦିଆଯାଇଛି।

ଆମାଜନ୍‌ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଅମିତ ଅଗ୍ରଓ୍ଵାଲଙ୍କ କହିବାନୁସାରେ, ପ୍ରାଇମ ସଦସ୍ୟ ପାଇଁ ଆମର ସବୁଠାରୁ ବଡ଼ ପର୍ବ ଆରମ୍ଭ ହେବାକୁ ଯାଉଛି। ଆମର ସଦସ୍ୟମାନେ ଗତବର୍ଷ ତୁଳନାରେ କିମ୍ବା ପୂର୍ବଅପେକ୍ଷା ଚଳିତ ବର୍ଷ ଅଧିକ ଲାଭ ଉଠାଇବେ ବୋଲି ଆଶା ରଖାଯାଇଛି। ପ୍ରାଇମ୍‌ ମେମ୍ବରସିପ୍‌ର ଚାର୍ଜ ୧୨୯ଟଙ୍କା ମାସକୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe