ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ୍ ଇଣ୍ଡିଆ ପକ୍ଷରୁ ଏହାର ପ୍ରାଇମ୍ ସଦସ୍ୟଙ୍କ ପାଇଁ ପ୍ରାଇମ୍ ଡେ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଆସନ୍ତା ୧୬ ତାରିଖ ମଧ୍ୟାହ୍ନରୁ ଜୁଲାଇ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ମାତ୍ର ୩୬ ଘଣ୍ଟା ପାଇଁ ଉପଲବ୍ଧ ହେବ। ଏହି ଅବସରରେ ୧୮ ଟି ଷ୍ଟାର୍ଟ ଅପ୍ ପ୍ରାୟ ୨୫ଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଇବେ। ଏହାଦ୍ୱାରା ବିଶ୍ୱ ବ୍ୟାପି ୧୭ଟି ଦେଶର ୧୦୦ ନିୟୁତରୁ ଅଧିକ ପ୍ରାଇମ୍ ସଦସ୍ୟ ବେଶ୍ ଉପକୃତ ହୋଇପାରିବେ। ବିଭିନ୍ନ ଉତ୍ପାଦ ମଧ୍ୟରେ ହେଲଥ ଫୁଡ୍ ପ୍ରଡକ୍ଟ, ଇଲୋକ୍ଟନିକ୍ସ୍, ଲଗେଜ୍ ଏବଂ ବ୍ୟାକ୍ ପ୍ୟାକ୍, ହେଲଥ୍ ଏବଂ ପର୍ସନାଲ କେୟାର, ବିୟୁଟି, ହୋମ୍ ଡେକୋର, କଫି ଏବଂ ବ୍ରାଭେଜ୍, ଟୟ ଏବଂ ଗେମ୍ ଆଦି ଉପଲବ୍ଧ ହେବ। ଏହି ଅବସରରେ ଆମାଜନ୍ ଲଞ୍ଚପ୍ୟାଡ୍ ଇଣ୍ଡିଆର ମୁଖ୍ୟ ଅମନ ଦୀପ୍ ଲୋହାନ୍ କହିଲେ, ‘ ପ୍ରାଇମ୍ ଡେ’ ଅବସରରେ ୨୫ଟି ଏକ୍ସକ୍ଲୁସିଭ୍ ଉତ୍ପାଦ ଆମାଜନ ଲଞ୍ଚପ୍ୟାଡ୍ ଷ୍ଟାର୍ଟ ଅପ୍ ପକ୍ଷରୁ ବଜାର ପ୍ରବେଶ ହେଉଥିବାରୁ ଆମେ ବେଶ୍ ଆନନ୍ଦିତ। ଏହି ଅନନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆରମ୍ଭ ହୋଇଥିବା ଷ୍ଟାଟ୍ ଅପ୍ ଗୁଡିକୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇବା ସହିତ ସେମାନଙ୍କର ଆର୍ଥିକ ବିକାଶରେ ସହାୟକ ହୋଇପାରିଛୁ। ଏହାଦ୍ୱାରା ଚାହିଦା ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି। ଯାହାକି ଆଗାମୀ ଦିନ ପାଇଁ ଏକ ସମ୍ଭାବନା ସୃଷ୍ଟି କରିଛି। ଆମାଜନ ଲଂଚପ୍ୟାଡ୍ ଦ୍ୱାରା ଷ୍ଟାର୍ଟ ଅପ୍ ଗୁଡିକ ସେମାନଙ୍କର ଉତ୍ପାଦ ଅସଂଖ୍ୟ ଆମାଜନ ଗ୍ରାହକଙ୍କ ପାଖରେ ପହଂଚାଇବାର ପ୍ରୟାସ କରିବେ।
ଆମାଜନ ପ୍ରାଇମ ଡେରେ ବଜାରକୁ ଆସିବ ୨୫ଟି ଷ୍ଟାର୍ଟଅପ୍ ପ୍ରଡକ୍ଟ
Advertisment
Follow Us