ଆରମ୍ଭ ହେଲା ଆମାଜନ୍‌  ପ୍ରାଇମ୍‌ ଓରିଜିନାଲ୍‌ ଇନସାଇଡ୍‌-ଏଜ୍‌  ଦ୍ୱିତୀୟ  ସିଜିନ୍‌

ଏକ ବର୍ଷ ଆମାଜନ୍‌ ପ୍ରାଇମ୍‌ ମେମ୍ବରସିପ୍‌ ପ୍ରଦାନ କରିବ ଭୋଡ଼ାଫୋନ

ନୂଆଦିଲ୍ଲୀ: ଆମାଜନ୍‌ରେ ବିସ୍ତୃତ ବର୍ଗର ବିଭିନ୍ନ ପ୍ରାଇମ୍‌ ଭିଡିଓର ଦ୍ୱିତୀୟ ସିଜିନ୍‌ର ଆରମ୍ଭ ହୋଇଛି।  ଏଥିରେ ବଲିଉଡ୍‌, ଆଞ୍ଚଳିକ ଏବଂ ହଲିଉଡ୍‌ ମୁଭି, ୟୁଏସ୍‌ ଟିଭି ଶୋ ପ୍ରଭୃତିର ଭିଡ଼ିଓକୁ ଅନ୍ତର୍ଭୁକ୍ତ କରାଯାଇଛି। ଆମାଜନ୍‌  ପ୍ରାଇମ୍‌ ଓରିଜିନାଲ୍‌ ଇନସାଇଡ୍‌ ଇଡଜ୍‌ ଦ୍ୱିତୀୟ  ସିଜିନ୍‌କୁ କରନ୍‌ ଅଶୁଂମାନ ପ୍ରସ୍ତୁତ କରିଛନ୍ତି । ଏହାର ପ୍ରଥମ ସିଜିନ୍‌ କ୍ରିକେଟ୍‌ ଜଗତ ଏବଂ ମନୋରଂଜନ ଜଗତକୁ ଗୁରୁତ୍ୱ ଦେଇଥିବାବେଳେ ଏହା ୨୦୧୭ରେ ୪ଟି ଭାରତୀୟ ଟେଲିଭିଜନ ଏକାଡେମୀ ପୁରସ୍କାର ହାସଲ କରିଥିଲା। ଇନସାଇଡ୍‌ ଇଡଜ୍‌ ଭାରତରେ ଆମାଜନ ପ୍ରାଇମ୍‌ ଭିଡିଓର ଶ୍ରେଷ୍ଠ ଶୋ । ଏହା ସମ୍ପ୍ରତି ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ବିଶ୍ୱସ୍ତରରେ ଉପଲବ୍ଧ ହେଉଛି। ଏହାର ଦ୍ୱିତୀୟ ସିଜିନ୍‌ରେ ଆମାଜନ ପ୍ରାଇମ୍‌ ଭିଡ଼ିଓ ଏବଂ ଏକ୍ସେଲ୍‌ ମେଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସହିତ ମିଳିତ ହୋଇଛି। ଏହା ମିର୍ଜାପୁର ଏବଂ ଟାଇଗର ବେବି ପ୍ରଡକସନ୍ସର ମେଡ୍‌ ଇନ୍‌ ହେଭେନ୍‌ ଉପଲବ୍ଧ କରାଇବ।

ଏ ସଂପର୍କରେ ଆମାଜନ୍‌  ପ୍ରାଇମ୍‌ ଭିଡ଼ିଓ ଇଣ୍ଡିଆର କଣ୍ଟେଣ୍ଟ  ନିର୍ଦ୍ଦେଶକ ବିଜୟ ସୁବ୍ରମଣିୟମ୍‌ କହିଲେ, ‘ ଆମେ ଆମାଜନର ପ୍ରଥମ ଇଣ୍ଡିଆନ ପ୍ରାଇମ୍‌ ଓରିଜିନାଲ୍‌ ଇନସାଇଡ୍‌ ଇଡଜ୍‌ ସମ୍ପର୍କରେ ଘୋଷଣା କରିଥିବାରୁ ବେଶ୍‌ ଉତ୍ସାହିତ।ଏହାର ପ୍ରଥମ ସିଜିନ୍‌ ବେଶ୍‌ ସଫଳ ରହିଥିବାବେଳେ ଦ୍ୱିତୀୟ ସିଜିନ୍‌ ମଧ୍ୟ ସଫଳତା ହାସଲ କରିବାକୁ ସକ୍ଷମ ହେବ ।  ସେହିପରି ଏକ୍ସେଲ୍‌ ମେଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ପକ୍ଷରୁ ରିତେଶ ସିଦ୍ଧିୱାନୀ କହିଲେ, ‘ଆମାଜନ୍‌ ପ୍ରାଇମ୍‌ ଭିଡିଓ ସହିତ ଆମେ ସଫଳତାର ସହିତ କାଯର୍‌ୟ ଜାରି ରଖିଛୁ।  ଏହାର ପ୍ରଥମ ଓରିଜିନାଲ୍‌ ଇନସାଇଡ୍‌ ଇଡଜ୍‌ ବେଶ୍‌ ସଫଳ ରହିଛି। ଦ୍ୱିତୀୟ ସିଜିନ୍‌ରେ ମଧ୍ୟ ଏହି ସଫଳତା ପ୍ରତିପାଦିତ ହେବ।‘

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe