ଆମାଜନ୍‌ରେ ଆଜି ହିଁ ଜିତିପାରିବେ ୩୦ ହଜାର ଟଙ୍କା; କରିବାକୁ ପଡ଼ିବ ଏହି କାମ

Advertisment
ଆରମ୍ଭ ହୋଇଯାଇଛି ଆମାଜନ୍‌ କ୍ବିଜ୍‌ ପ୍ରତିଯୋଗିତାର ନୂଆ ସଂସ୍କରଣ, ଆଜିର ବିଜେତାଙ୍କୁ ମିଳିବ ୫ ହଜାର ଟଙ୍କା

Reuters

ମୁମ୍ବାଇ: ଇ-କମର୍ସ ସାଇଟ୍‌ ଆମାଜନ୍‌ ତା’ର ଗ୍ରାହକମାନଙ୍କୁ ବାନ୍ଧି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛି। ଏପରିକି ଆମାଜନ୍‌ ତା’ର ଗ୍ରାହକମାନଙ୍କୁ ପୁରସ୍କାର ଜିତିବା ପାଇଁ ରୀତିମତ ଭାବେ ସୁଯୋଗ ପ୍ରଦାନ କରୁଛି। ଆମାଜନ୍‌ କୁଇଜ୍‌ ପ୍ରତିଯୋଗିତା ଜରିଆରେ ଆପଣ ଆଜି (ଜୁଲାଇ୪ ତାରିଖ)ରେ ୩୦ ହଜାର ଟଙ୍କା ଜିତିପାରନ୍ତି।

ଇ-କମର୍ସ ସାଇଟ୍‌ ଆମାଜନ୍‌ରେ ପ୍ରତିଦିନ କୁଇଜ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ପ୍ରତି କୁଇଜ୍‌ ପ୍ରତିଯୋଗିତାର ପୁରସ୍କାର ରାଶି ଭିନ୍ନ ହୋଇଥାଏ। ଏହି ପ୍ରତିଯୋଗିତାରେ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାଏ। ଯେଉଁମାନେ ଠିକ୍‌ ଉତ୍ତର ଦେଇଥାନ୍ତି ସେମାନଙ୍କୁ ନେଇ ଏକ ଲକି ଡ୍ର ପ୍ରତିଯୋଗିତା କରାଯାଏ। ଲକି ଡ୍ର ମାଧ୍ୟମରେ ବିଜେତା ଚୟନ କରାଯାଏ।

ଆଜିର ଆମାଜନ୍‌ ପ୍ରତିଯୋଗିତା ଆରମ୍ଭ ହୋଇସାରିଛି। ଏହା ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ। ଏତିକି ସମୟ ମଧ୍ୟରେ ଆପଣ ଚାହିଁଲେ ୩୦ ହଜାର ଟଙ୍କା ଜିତିପାରିବେ। ବିଜୟ ଘୋଷଣା କିନ୍ତୁ ଆଜି ନୁହେଁ, ଆସନ୍ତାକାଲି କରାଯିବ।

କୁଇଜ୍‌ ଖେଳିବା ପାଇଁ ଆପଣଙ୍କ ଫୋନ୍‌ରେ ଆମାଜନ୍‌ ଆପ୍‌ ଥିବା ଜରୁରୀ। ଆମାଜନ୍‌ ଆପ୍‌ରେ ଆପଣଙ୍କୁ ‌ଫନ୍‌ ସେକ୍ସନକୁ ଯିବାକୁ ହେବ। ଏହାକୁ ଆପଣ ସର୍ଚ ବାର୍‌ରେ ବି ସର୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ କୁଇଜ୍‌ ‌ସେକ୍ସନକୁ ଖୋଲିବାକୁ ପଡ଼ିବ।

ତା’ପରେ ଆପଣ କୁଇଜ୍‌ ଖେଳିପାରିବେ। ଏହି ପ୍ରତିଯୋଗିତାର ଯଦି ଆପଣ ବିଜୟୀ ହେଉଛନ୍ତି ତେବେ ଆପଣଙ୍କୁ ପୁରସ୍କାର ରାଶି ଆମାଜନ୍‌ ପେ ବାଲାନ୍ସରେ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe