ଆମାଜନ୍‌ରେ ଆରମ୍ଭ ହେଲା ମୋବାଇଲ୍‌ ଓ ଟିଭି ସେଲ୍‌; ଅଧା ଦାମରେ ମିଳୁଛି ଟିଭି

Advertisment
ଆରମ୍ଭ ହୋଇଯାଇଛି ଆମାଜନ୍‌ କ୍ବିଜ୍‌ ପ୍ରତିଯୋଗିତାର ନୂଆ ସଂସ୍କରଣ, ଆଜିର ବିଜେତାଙ୍କୁ ମିଳିବ ୫ ହଜାର ଟଙ୍କା

Reuters

ମୁମ୍ବାଇ: ଇ‌-କମର୍ସ ସାଇଟ୍‌ ଆମାଜନ୍‌ରେ ଏବେ ମୋବାଇଲ୍‌ ସେଭିଂସ୍‌ ଡେଜ୍‌ ସେଲ୍‌ ଚାଲୁଛି। ଏହି ଇ‌-କମର୍ସ ପ୍ଲାଟଫର୍ମରେ ଟିଭି ସେଭିଂସ୍‌ ଡେ ସେଲ୍‌ ବି ଆରମ୍ଭ ହୋଇଛି। ଏହି ସେଲ୍‌ରେ ଖୁବ୍ କମ୍‌ ଟଙ୍କାରେ ସ୍ମା‌ର୍ଟଫୋନ୍‌ ଓ ‌ସ୍ମାର୍ଟ ଟିଭି କିଣିପାରିବେ। ଆମାଜନ୍‌ର ଏହି ସେଲ୍‌ରେ ଟପ୍‌ ସେଲିଂ ସ୍ମାର୍ଟଫୋନ୍‌ ଉପରେ ୪୦ ପ୍ରତିଶତ ରିହାତି ମିଳୁଛି।

ଏହାଛଡ଼ା ଏମ୍‌ଆଇଭିଆ, ସାମ୍‌ସଙ୍ଗ୍‌, ୱାନ୍‌ପ୍ଲସ୍‌, ରିୟଲ୍‌ମି, ରେଡ୍‌ମି, ଆଇକିୟୁଓଓ ଏବଂ ଅନ୍ୟ ବ୍ରାଣ୍ଡ୍‌ର ସାମଗ୍ରୀ ଉପରେ ବି ସ୍ବତନ୍ତ୍ର ରିହାତି ମିଳୁଛି। ଯଦି ଆପଣ ଟିଭି କିଣିବାର ଯୋଜନା କରୁଛନ୍ତି ତ ଏହି ସେଲ୍‌ର ଲାଭ ଉଠାଇପାରିବେ। ସାମ୍‌ସଙ୍ଗ୍‌, ୱାନ୍‌ପ୍ଲସ୍‌, ରେଡ୍‌ମି ଓ ସୋନି ପରି ବ୍ରାଣ୍ଡ୍‌ରେ ୫୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି ଆମାଜନ୍‌। ଏପ୍ରିଲ୍‌ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ସେଲ୍‌ ଏପ୍ରିଲ୍‌ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହାପୂର୍ବରୁ ଏହି ଇ-କମର୍ସ ପ୍ଲାଟଫର୍ମ ରିଜିଓନାଲ୍‌ ନ୍ୟୁ ଇୟର ଷ୍ଟୋର୍‌ରେ କିଛି ଅଫର୍‌ ପ୍ରଦାନ କରିସାରିଛି। ଯାହାକି ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ‌ଷ୍ଟୋର୍‌ରେ ପୂଜା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ହୋମ୍‌ ଡେକର୍‌ ଓ ଫେସନ୍‌ ଆଦି ସାମଗ୍ରୀ ଉପରେ ରିହାତି ମିଳୁଛି। ସେଲ୍‌ରେ ଆପଣ କିଛି ଗ୍ରୀଷ୍ମକାଳୀନ ସାମଗ୍ରୀ ବି କିଣିପାରିବେ। ଏହି ଅଫର୍‌ରେ ଇନଭର୍ଟର ଏସି, ଫ୍ରିଜ୍‌, କୁଲର, ସିଲିଂ ଫ୍ୟାନ୍‌, ୱାସିଂ ମେସିନ୍‌ ଓ କିଛି ଅନ୍ୟାନ୍ୟ ସାମଗ୍ରୀ ଉପରେ ବି ରିହାତି ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe