୧୨ ହଜାର ଟଙ୍କାରୁ କମ୍‌ ଦରରେ ମିଳୁଛି ୨୨ ହଜାର ଟଙ୍କିଆ ଟିଭି

Advertisment
୧୨ ହଜାର ଟଙ୍କାରୁ କମ୍‌ ଦରରେ ମିଳୁଛି ୨୨ ହଜାର ଟଙ୍କିଆ ଟିଭି

OnePlus TV U1S

ମୁମ୍ବାଇ: ଆମାଜନ୍‌ ଓ ଫ୍ଲିପ୍‌କାର୍ଟରେ ସେଲ୍‌ ଆରମ୍ଭ ହୋଇଯାଇଛି। ଏହି ସେଲ୍‌ର ପ୍ରାୟ ସବୁ ବ୍ରାଣ୍ଡ୍‌ର ଫୋନ୍‌ ଓ ଟିଭି ଉପରେ ରିହାତି ମିଳୁଛି। ଯଦି ଆପଣ ଏ ନୂୂଆ ଟିଭି କିଣିବାକୁ ଚାହୁଁଛନ୍ତି ତ ଆମାଜନ୍‌ ସେଲ୍‌ର ଫାଇଦା ଉଠାଇ ପାରନ୍ତି। ଆମାଜନ୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ଟିଭି ଉପରେ ଅଫର୍‌ ରହିଛି। ଏଥିରେ ଆପଣ ୱାନ୍‌ପ୍ଲସ୍‌ ଟିଭି ଉପରେ ବିଶେଷ ରିହାତି ପାଇପାରିବେ।

ଯଦି ଆପଣଙ୍କୁ ୩୨ ଇଞ୍ଚ୍‌ର ଏକ ଟିଭିର ଆବଶ୍ୟକତା ରହିଛି ତ ୱାନ୍‌ପ୍ଲସ୍‌ ଟିଭିରେ ଆପଣଙ୍କୁ ବିଶେଷ ରିହାତି ମିଳିବ। ଏହାକୁ ଆପଣ ପ୍ରାୟ ଅଧା ଦରରେ କିଣିପାରିବେ।

୩୨ ଇଞ୍ଚିଆ ଏହି ଟିଭିଟି ଆପଣଙ୍କୁ ଆମାଜନ୍‌ରେ ୨୧,୯୯୯ ଟଙ୍କା ଦେଖାଇବ। ମାତ୍ର ଆପଣ ଏହାକୁ ୧୨,୯୯୦ ଟଙ୍କାରେ କିଣିପାରିବେ। ରିହାତି ପରେ ଆପଣ ଏହାକୁ ୧୧,୪୯୦ ଟଙ୍କାରେ କିଣିପାରିବେ।

ଏସ୍‌ବିଆଇ କ୍ରେଡିଟ୍‌ କାର୍ଡରୁ କିଣିଲେ ସ୍ମାର୍ଟ ଟିଭି ଉପରେ ଆପଣଙ୍କୁ ୧୨୫୦ ଟଙ୍କାର ରିହାତି ମିଳିଯିବ। ଗ୍ରାହକ ଏଥିରେ ବଦଳାଇବା ଅଫର୍‌ର ବି ଫାଇଦା ଉଠାଇ ପାରିବେ।

ଉଳ୍ଲେଖଯୋଗ୍ୟ, ଦୂର୍ଗାପୂଜା ଅବସରରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଇ-କମର୍ସ ସାଇଟ୍‌ ‘ଫ୍ଲିପ୍‌କ‌ାର୍ଟ’ର ବିଗ୍‌ ବିଲିୟନ୍‌ ସେଲ୍‌ ଓ ‘ଆମାଜନ୍‌’ର ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌। ଆପଣ ଜାଣିଥିବେ ନିଶ୍ଚୟ ଯେ ପ୍ରତିବର୍ଷ ଦଶହରା ପୂର୍ବରୁ ଏହି ଦୁଇଟି ଇ-କମର୍ସ ସାଇଟ୍‌ ଗ୍ରାହକମାନଙ୍କୁ ବିଶେଷ ରିହାତି ପ୍ରଦାନ କରିଥାନ୍ତି। ଏ ବର୍ଷ ଏହି ସେଲ୍‌ ସେପ୍ଟେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe