The Economic Times - Indiatimes.com
ନୂଆଦିଲ୍ଳୀ: ନୂଆ ଏସି କମ୍ବା କୁଲର୍ କିଣିବା ପାଇଁ ଯୋଜନା କରିଛନ୍ତି କି? ଆମାଜନ୍ ଦେଉଛି ଆକର୍ଷଣୀୟ ଅଫର୍। ଏହି ଇ-କମର୍ସ ପ୍ଲାଟଫର୍ମ ରିଜିଓନାଲ୍ ନ୍ୟୁ ଇୟର ଷ୍ଟୋର୍ରେ କିଛି ଅଫର୍ ପ୍ରଦାନ କରୁଛି। ଯାହାକି ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଷ୍ଟୋର୍ରେ ପୂଜା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ହୋମ୍ ଡେକର୍ ଓ ଫେସନ୍ ଆଦି ସାମଗ୍ରୀ ଉପରେ ରିହାତି ମିଳୁଛି। ସେଲ୍ରେ ଆପଣ କିଛି ଗ୍ରୀଷ୍ମକାଳୀନ ସାମଗ୍ରୀ ବି କିଣିପାରିବେ।
ଏହି ଅଫର୍ରେ ଇନଭର୍ଟର ଏସି, ଫ୍ରିଜ୍, କୁଲର, ସିଲିଂ ଫ୍ୟାନ୍, ୱାସିଂ ମେସିନ୍ ଓ କିଛି ଅନ୍ୟାନ୍ୟ ସାମଗ୍ରୀ ଉପରେ ବି ରିହାତି ମିଳୁଛି। ତେବେ ଚାଲନ୍ତୁ ଜାଣିବା ଆପଣ ଏହି ସେଲ୍ରେ କେଉଁ କେଉଁ ଗ୍ରୀଷ୍ମକାଳୀନ ସାମଗ୍ରୀ କିଣିପାରିବେ।
ଏସି ଉପରେ ମିଳୁଛି ସ୍ବତନ୍ତ୍ର ଅଫର୍। ଆପଣ ଏହି ସେଲ୍ରେ ୱାଇଫାଇ ଫିଚର୍ ଥିବା ଏସିକୁ ୩୨,୯୯୯ ଟଙ୍କାରେ କିଣିପାରିବେ। ଏହି ଏସି ଆଲେକ୍ସା ଓ ଗୁଗୁଲ୍ ଆସିଷ୍ଟାଣ୍ଟ୍ ଫିଚର୍ ସହ ଆସେ। ଅର୍ଥାତ ଆପଣ ଏହି ଏସିକୁ ନିଜ ସ୍ମାର୍ଟଫୋନ୍ରେ ସଂଯୋଗ କରିପାରିବେ। ଏହି ଏସିରୁ ଖୁବ୍ କମ୍ ଶବ୍ଦ ବାହାରେ।
ଯଦି ଆପଣ ଫ୍ରିଜ୍ ନେବାର ଯୋଜନା କରୁଛନ୍ତି ତେବେ ସାମ୍ସଙ୍ଗ୍ର ୨୫୩ ଲିଟର କ୍ଷମତା ସଂପନ୍ନ ୩ ତାରକା ୨ଟି କବାଟ ଥିବା ଫ୍ରିଜ୍କୁ ଆପଣ ୨୪,୪୯୯୦ ଟଙ୍କାରେ କିଣିପାରିବେ। ଏଥିରେ ବି ଆପଣଙ୍କୁ ଇନ୍ଭର୍ଟର ଟେକ୍ନୋଲୋଜି ମିଳିବ।
କେବଳ ଏସି ଓ ଫ୍ରିଜ୍ ନୁହେଁ। କୁଲର୍ ଓ ପଙ୍ଖା ବି କିଣିପାରିବେ ଏହି ସେଲ୍ରେ। ଆପଣଙ୍କୁ ସିମ୍ଫୋନି କୁଲର ୫୪୪୨ ଟଙ୍କାରେ ମିଳୁଥିବା ବେଳେ ପଙ୍ଖା ମିଳିଯିବ ମାତ୍ର ୨୧ ୯୯ ଟଙ୍କାରେ।
Follow Us