ଲକଡାଉନରେ ଲୋକଙ୍କ ପାଖରେ ଜରୁରୀ ଜିନିଷ ପହଞ୍ଚାଇବା ପାଇଁ ୫୦,୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେବ ଆମାଜନ୍

ଲକଡାଉନରେ ଲୋକଙ୍କ ପାଖରେ ଜରୁରୀ ଜିନିଷ ପହଞ୍ଚାଇବା ପାଇଁ ୫୦,୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେବ ଆମାଜନ୍

CoinDesk

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ପାଇଁ ଗ୍ରାହକ ଦୁଇମାସ ଧରି ଘର ଭିତରେ ବନ୍ଦୀ ହୋଇ ରହିଥିବା ବେଳେ ପରିସ୍ଥିତିକୁ ଦେଖି ଇ-କମର୍ସ କମ୍ପାନି  ଆମାଜନ ଇଣ୍ଡିଆ ୟୁନିଟ୍ କହିଛି ଯେ, ଦେଶରେ ଅନଲାଇନ୍ ସପିଂ ବୃଦ୍ଧି କରିବା ପାଇଁ ୫୦,୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ପ୍ରଥମେ ଦେଶକୁ ଲକଡାଉନ କରାଯିବ ପରେ ଇ-ବାଣିଜ୍ୟ ସଂସ୍ଥାଗୁଡ଼ିକ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଧୀରେ ଧୀରେ ସରକାର ନିୟମ କୋହଳ କରିବା ପରେ ଏବେ ଇ-ବାଣିଜ୍ୟ କମ୍ପାନି ପୁନଃ କାର୍ଯ୍ୟ କରିବା ଆରମ୍ଭ କରିଛି |

ଆମାଜନର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଅଖିଲ ସକ୍ସେନା କମ୍ପାନୀର ବ୍ଲଗରେ ଏକ ବିବୃତିରେ କହିଛନ୍ତି ଯେ, ଆମେ ସମଗ୍ର ଭାରତରେ ଗ୍ରାହକଙ୍କୁ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ଯୋଗାଇବାରେ ସାହାଯ୍ୟ କରିବାକୁ ଚାହୁଁଛୁ, ଯାହା ଦ୍ୱାରା ସେମାନେ ନିଜର ସାମାଜିକ ଦୂରତା ଅଭ୍ୟାସ ଜାରି ରଖିପାରିବେ। ଏହା ସହ ଏହି ପଦକ୍ଷେପ ମହାମାରୀ ସମୟରେ ଯଥାସମ୍ଭବ ଲୋକଙ୍କୁ କାର୍ଯ୍ୟ ଯୋଗାଇବା ସହ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନଦେବ।

Amazon casts a long dark shadow over banking Finextra

ତେବେ କରୋନା ମହାମାରୀ ପାଇଁ ବିଭିନ୍ନ ଇ-ବାଣିଜ୍ୟ କମ୍ପାନି ନିଜ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଆମାଜନର ଏହି ପଦକ୍ଷପକୁ ସମସ୍ତେ ସ୍ୱାଗତ କରିଛନ୍ତି | ସ୍ଵିଗି ଓ ଜୋମାଟୋ ଭଳି କମ୍ପାନି ଫୁଡ ଡେଲିଭରି ଛାଡି ମଦର ହୋମ ଡେଲିଭରି ଆରମ୍ଭ କରିଥିବା ବେଳେ ଆମାଜନ ବିଭିନ୍ନ ସହରରେ ଏବେ ଖାଦ୍ୟ ଡେ଼ଲିଭର କରିବା ଆରମ୍ଭ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe