ଆମାଜନ ୧୦,୦୦୦ କର୍ମଚାରୀ ଛଟେଇ କରିବ

Advertisment
ଆରମ୍ଭ ହୋଇଯାଇଛି ଆମାଜନ୍‌ କ୍ବିଜ୍‌ ପ୍ରତିଯୋଗିତାର ନୂଆ ସଂସ୍କରଣ, ଆଜିର ବିଜେତାଙ୍କୁ ମିଳିବ ୫ ହଜାର ଟଙ୍କା

Reuters

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଇ-କମର୍ସ ସଂସ୍ଥା ଆମାଜନ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ବିଚାର କରୁଛି। ଆମାଜନ୍‌ ଅଧୀନରେ ଥିବା ଯେଉଁ ସଂସ୍ଥାରୁ ଲାଭ ହେଉନି ସେଥିରେ କାମ କରୁଥିବା କର୍ମଚାରୀଙ୍କୁ ଅଲଗା ଚାକିରି ଖୋଜିବାକୁ କଂପାନି କହିଛି। ଚଳିତ ସପ୍ତାହରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହେବ। ଖର୍ଚ୍ଚକାଟ ଲାଗି କଂପାନି ଛଟେଇ ନିଷ୍ପତ୍ତି ନେଇଛି। ଆମାଜନ ପାଇଁ ସାରା ବିଶ୍ବରେ ୧୬ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ଆମେରିକାର ଦୁଇ ପ୍ରମୁଖ ପ୍ରଯୁକ୍ତି କଂପାନି ଟ୍ବିଟର ଓ ମେଟା ବହୁ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଟ୍ବିଟର ପ୍ରାୟ ୩୭୦୦ ଏବଂ ମେଟା ପକ୍ଷରୁ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe