Amazon ୧୪ ହଜାର ଛଟେଇ କରିବ ଆମାଜନ୍‌

ଇ-କମର୍ସ କମ୍ପାନି ଆମାଜନ ବିଶ୍ବରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି। ଖର୍ଚ୍ଚ ହ୍ରାସ ଏବଂ କୋଭିଡ-୧୯ ମହାମାରୀ ସମୟରେ ହୋଇଥିବା ଅତ୍ୟଧିକ ନିଯୁକ୍ତିର ଉପଯୁକ୍ତ ପରିଚାଳନା ପାଇଁ କମ୍ପାନି ଏହି ଛଟେଇ କରିବ।

amazon

Photograph: (Investopedia)

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଆମାଜନ ବିଶ୍ବରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି। ଖର୍ଚ୍ଚ ହ୍ରାସ ଏବଂ କୋଭିଡ-୧୯ ମହାମାରୀ ସମୟରେ ହୋଇଥିବା ଅତ୍ୟଧିକ ନିଯୁକ୍ତିର ଉପଯୁକ୍ତ ପରିଚାଳନା ପାଇଁ କମ୍ପାନି ଏହି ଛଟେଇ କରିବ। ଆମାଜନରେ ମୋଟ ପ୍ରାୟ ୧୫ ଲକ୍ଷ କର୍ମଚାରୀ ବିଶ୍ବରେ କାମ କରୁଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୩.୫ ଲକ୍ଷ ହେଉଛନ୍ତି କର୍ପୋରେଟ୍‌ କର୍ମଚାରୀ। ଏହି କର୍ପୋରେଟ୍‌ କର୍ମଚାରୀମାନଙ୍କ ମଧ୍ୟରୁ ୧୪ ହଜାର ବା ୪ ପ୍ରତିଶତ କର୍ମଚାରୀ ଛଟେଇ ‌ହେବେ।

ଏହି ଛଟେଇକୁ କମ୍ପାନି ରଣନୈତିକ ପୁନର୍ଗଠନ ବୋଲି କହିଛି। ମାନ୍ଦାବସ୍ଥା ପାଇଁ ଏହି ଛଟେଇ ହେଉନାହିଁ, ବରଂ କମ୍ପାନିକୁ ପରବର୍ତ୍ତୀ ପର୍ଯ୍ୟାୟ ଡିଜିଟାଲ ରୂପାନ୍ତର ପାଇଁ ଅଧିକ ପ୍ରତିଯୋଗିତାକ୍ଷମ କରିବା ଲାଗି ଏହା କରାଯାଉଛି। ମୁଖ୍ୟତଃ ମାନବ ସମ୍ବଳ, ରିଟେଲ, ଏଡବ୍ଲ୍ୟୁଏସ୍‌ ଏବଂ ଆଲେକ୍ସା ଓ ଫାୟାର ଟିଭି ଟିମ୍‌ରେ ଥିବା କର୍ମଚାରୀମାନେ ଏହାଦ୍ବାରା ପ୍ରଭାବିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe