୧୯ରୁ ଆରମ୍ଭ ହେବ ଅମାଜନ୍‌ ଫେଶନ୍‌ର ୱାର୍ଡରୋବ୍‌ ରିଫ୍ରେଶ୍‌ ସେଲ୍‌

Advertisment
୧୯ରୁ ଆରମ୍ଭ ହେବ ଅମାଜନ୍‌ ଫେଶନ୍‌ର ୱାର୍ଡରୋବ୍‌ ରିଫ୍ରେଶ୍‌ ସେଲ୍‌

ନୂଆଦିଲ୍ଲୀ- ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଫେଶନ୍‌ ପକ୍ଷରୁ ଏହାର ୱାର୍ଡରୋବ୍‌ ରିଫ୍ରେଶ୍‌ ସେଲ ଯୋଜନାର ୪ର୍ଥ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଯୋଜନା ୨୦୧୮ ଡିସେମ୍ବର ୧୯ ତାରିଖ ମଧ୍ୟରାତ୍ର ୧୨ଟାଠାରୁ ଡିସେମ୍ବର ୨୩ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ଆମାଜନ୍‌ ଫେଶନରେ ୧୦୦୦ ରୁ ଅଧିକ ବ୍ରାଣ୍ଡ୍‌ର ୨୦ ଲକ୍ଷରୁ ଅଧିକ ସାମଗ୍ରୀ ବିକ୍ରି ଉପଲକ୍ଷେ ମହଜୁଦ୍‌ ରହିବ। କେତେକ ବଛା ବଛା ଉତ୍ପାଦ ଉପରେ ଏହି ଅବସରରେ ୮୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ । ଏହି ଉପଲକ୍ଷେ ବ୍ୟାଗ୍‌, ୱାଲେଟ୍‌, ଲଗେଜ୍‌, ଆପେରାଲ, କିଡସ୍‌ ୱେର, ମେନ୍ସ୍‌ ୱେର, ୱମେନ୍ସ୍‌ ୱେର, ଜୋତା, ଘଣ୍ଚା, ଫେଶନ ଅଳଙ୍କାର, ମୂଲ୍ୟବାନ ଅଳଙ୍କାର ଆଦି ବିକ୍ରି ପାଇଁ ଗଚ୍ଛିତ ରହିବ। ବିଭିନ୍ନ ମଧ୍ୟରେ ବ୍ରାଣ୍ଡ୍‌ ଜ୍ୟାକ୍‌, ଆଣ୍ଡ୍‌ ଜୋନ୍ସ୍‌, ଭେରୋମୋଡା, ଟ୍ରାଇବ୍‌ ଆମ୍ରପଲ୍ଲୀ, ଟାଇମେକ୍ସ୍‌, ପୁମା, ଆରୋ, ଫାଷ୍ଟଟ୍ରାକ୍‌, ସ୍କାଏ ବ୍ୟାଗ୍‌, ଓରା ଆଦି ମହଜୁଦ୍‌ ରହିଛି।

ଏହି ଅବସରରେ ବ୍ୟାଗ୍‌, ୱାଲେଟ ଲଗେଜ୍‌ ଉପରେ ୮୦% ରିହାତି। ଆପେରାଲ, କିଡସ୍‌ ୱେର, ମେନ୍ସ୍‌ ୱେର, ୱମେନ୍ସ୍‌ ୱେର ଉପରେ ୮୦% ପର୍ଯ୍ୟନ୍ତ ରିହାତି। ପୁରୁଷ ଓ ମହିଳାଙ୍କ ଉପଯୋଗୀ ଜୋତା ଉପରେ ୭୦% ପର୍ଯ୍ୟନ୍ତ ରିହାତି। ଘଣ୍ଟା ଉପରେ ୮୦% ରିହାତି।, ଫେଶନ ଅଳଙ୍କାର ଉପରେ ୯୦% ପର୍ଯ୍ୟନ୍ତ ରିହାତି। ମୂଲ୍ୟବାନ ଅଳଙ୍କାର ମେକିଂ ଚାର୍ଜ ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe