ଆମାଜନ୍‌ର ଓଡ଼ିଶା କର୍ପୋରେଟ୍‌ ଅଫିସ୍ ଖୋଲିଲା

Advertisment
ଆମାଜନ୍‌ର ଓଡ଼ିଶା କର୍ପୋରେଟ୍‌ ଅଫିସ୍ ଖୋଲିଲା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡ୍ ୱାନ୍‌ ମଲ୍‌ରେ ବିଶ୍ୱର ଅଗ୍ରଣୀ ଅନଲାଇନ୍ ଇ-କମର୍ସ କମ୍ପାନି ‘ଆମାଜନ୍’ର ଓଡ଼ିଶା କର୍ପୋରେଟ୍ ଅଫିସ ‘କୁଚୁ କେୟାର’ ଲୋକାର୍ପିତ ହୋଇଯାଇଛି। ‘କୁଚୁ କେୟାର’ର ସଂସ୍ଥାପକ ସଂଗ୍ରାମ କେଶରୀ ପଟ୍ଟନାୟକ କର୍ପୋରେଟ୍ ଅଫିସ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଅନ୍‌ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିବା ବେଳେ ଲୋକେ ଏହା ଉପରେ ସଚେତନ ହେବାର ଆବଶ୍ୟକତା ରହିଛି। ଜନସାଧାରଣଙ୍କୁ ଅନ୍‌ଲାଇନ୍ ସେବା ବିଷୟରେ ସଚେତନ ଓ ପରାମର୍ଶ ପ୍ରଦାନ କରିବାରେ ଏହି କାର୍ଯ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ଲୋକେ କିଭଳି ଠିକ୍ ମୂଲ୍ୟରେ ନିଜ ହାତପାଆନ୍ତାରେ ସାମଗ୍ରୀ ପାଇପାରିବେ, ତାହା ଆମର ମୁଖ୍ୟ ଦାୟିତ୍ୱ ହେବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟର ସବୁ ପ୍ରମୁଖ ବଜାରରେ ‘ଆମାଜନ୍’ ଇଜି ସେଲ୍‌ର ରିଟେଲ୍ ଷ୍ଟୋର୍ ଖୋଲାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe