The Financial Express
ନୂଆଦିଲ୍ଲୀ: ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନି ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛି। ଅଧିଗ୍ରହଣ ନିୟମକୁ ଉଲ୍ଲଂଘନ କରିଥିବାରୁ ଏଭଳି ଜରିମାନା ଲଗାଯାଇଛି। ଯେଉଁମାନଙ୍କ ଉପରେ ଜରିମାନା ଲାଗୁ ହୋଇଛି ସେମାନଙ୍କ ମଧ୍ୟରେ ମୁକେଶ ଅମ୍ବାନି, ଅନିଲ ଅମ୍ବାନି, ନୀତା ଅମ୍ବାନି, ଟିନା ଅମ୍ବାନି ପ୍ରମୁଖ ରହିଛନ୍ତି। ସେବି ପକ୍ଷରୁ ୮୫ ପୃଷ୍ଠାର ନିର୍ଦ୍ଦେଶନାମା ଜାରି କରାଯାଇଛି। କମ୍ପାନିରେ ୨୦୦୦ ମସିହାରେ ୫ ପ୍ରତିଶତରୁ ଅଧିକ ଅଂଶଧନ ଅଧିଗ୍ରହଣ ସଂପର୍କରେ ସେମାନେ ଘୋଷଣା କରି ନଥିଲେ ବୋଲି କୁହାଯାଇଛି।
Follow Us