ଆମ୍ବାନୀଙ୍କ ଅତିଥିଙ୍କୁ ୫୦୦ଟଙ୍କିଆ ନୋଟ ଥିବା ଦନାରେ ମିଠା ପରସା ଗଲା !

ଆମ୍ବାନୀଙ୍କ ଅତିଥିଙ୍କୁ ୫୦୦ଟଙ୍କିଆ ନୋଟ ଥିବା ଦନାରେ ମିଠା ପରସା ଗଲା !

ମୁମ୍ବାଇ: ଦେଶର ପ୍ରମୁଖ ବ୍ୟବସାୟୀ ମୁକେଶ ଆମ୍ବାନୀଙ୍କ କଲ୍‌ଚରାଲ ସେଣ୍ଟର ନିକଟରେ ଉଦଘାଟିତ ହୋଇଛି ।  ଏହି ଉଦଘାଟନୀ ଉତ୍ସବରେ ଦେଶ ତଥା ଦେଶ ବାହାରୁ ଏକାଧିକ ଅତିଥି ତଥା ବହୁ ନାମୀଦାମୀ ଲୋକେ ସାମିଲ ହୋଇଥିଲେ।

କଲଚରାଲ ସେଣ୍ଟରର ଉଦଘାଟନୀ ଉତ୍ସବର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ଅତିଥିଙ୍କୁ ରୁପା ଥାଳିରେ ପରସା ଯାଇଥିବା ଫଟୋ ପ୍ରଥମେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି କ୍ରମରେ ଆଉ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ୫୦୦ ଟଙ୍କିଆ ନୋଟ ଭର୍ତ୍ତି ଥିବା ଦନାରେ ଅତିଥିଙ୍କୁ ମିଠା ପରସା ଯାଉଛି।

ତେବେ ୫୦୦ଟଙ୍କିଆ ସହିତ ଅତିଥିଙ୍କୁ ମିଠା ପରସା ଯାଇଥିବା ଘଟଣା ପଛର ସତ୍ୟତା ହେଉଛି, ଏଥିରେ ଦେଖିବାକୁ ମିଳୁଥିବା ୫୦୦ଟଙ୍କିଆ ନୋଟ ନକଲି ଅଟେ। ଏହାକୁ କେବଳ ମିଠାକୁ ଆକର୍ଷଣୀୟ କରିବା ସହିତ ଟିସୁ ପେପର ବଦଳରେ ଦିଆଯାଇଛି। ।

ଏହି ଖାଦ୍ୟ ଦିଲ୍ଲୀର ଫେମସ ଡିସ୍ ଅଟେ । ଏହି ଡିସର ନାମ ଦୌଲତ ଚାଟ । ଦେଶର ଅନେକ ସହରରେ ଏହାର ନାମ ଅଲଗା ରହିଛି। ଏହି ଖାଦ୍ୟଟି ଥଣ୍ଡା ପାଗରେ ମିଳିଥାଏ । ଏହାର ସ୍ବତନ୍ତ୍ର କଥା ହେଉଛି ଏହି ଖାଦ୍ୟକୁ ପାଟିରେ ରଖିବା ମାତ୍ରେ ମିଳେଇ ଯାଏ। ଏହାକୁ କଞ୍ଚା କ୍ଷୀରରେ ତିଆରି କରାଯାଇଥାଏ । ଖୁଆ ଏବଂ ଛେନା ମଧ୍ୟ ଏଥିରେ ପଡିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe