ଆଇଟି ନିୟମରେ ସଂଶୋଧନ: ସୋସିଆଲ୍‌ ମିଡିଆ ଅଭିଯୋଗ ଶୁଣାଣି ପାଇଁ ୩ ମାସରେ କମିଟି

Advertisment
ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରମାନଙ୍କୁ ଚେତାବନୀ ଦେଲେ କେନ୍ଦ୍ର ସରକାର

Neil Patel

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାର ସୂଚନା ପ୍ରଯୁକ୍ତି (ଇଣ୍ଟର‌ମିଡିଆରି ଗାଇଡଲାଇନ୍ସ ଆଣ୍ଡ୍‌ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ସଂଶୋଧନ ନିୟମ ୨୦୨୨ ବିଜ୍ଞପ୍ତି ଶୁକ୍ରବାର ଜାରି କରିଛନ୍ତି। ଫଳରେ ଟ୍ବିଟର, ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମ କମ୍ପାନିଗୁଡ଼ିକ ଭାରତୀୟ ସମ୍ବିଧାନରେ ଥିବା ନିୟମ ମାନିବାକୁ ବାଧ୍ୟହେବେ। ଏଥିସହିତ ନୂଆ ଆଇଟି ନିୟମରେ ୯୦ ଦିନ ମଧ୍ୟରେ ଅଭିଯୋଗ ଆପିଲେଟ କମିଟି ଗଠନ ହେବାର ବ୍ୟବସ୍ଥା ରହିଛି। ସାମଜିକ ଗଣମାଧ୍ୟମ କମ୍ପାନିଗୁଡ଼ିକ ୟୁଜରମାନଙ୍କ କଣ୍ଟେଣ୍ଟ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗ ସଂକ୍ରାନ୍ତ ଅଭିଯୋଗକୁ ଯେଭଳି ସମାଧାନ କରୁଛନ୍ତି ସେଥିରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ କମ୍ପାନିଗୁଡ଼ିକ କଣ୍ଟେଣ୍ଟ୍‌ରେ କରିଥିବା ପରିବର୍ତ୍ତନକୁ ଉକ୍ତ କମିଟି ସମୀକ୍ଷା କରିବାକୁ ସମର୍ଥ ହେବ। ଟେସ୍‌ଲା ମୁଖ୍ୟ ଏଲନ ମସ୍କ ଟ୍ବିଟର କ୍ରୟ ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା ସମୟରେ କେନ୍ଦ୍ର ସରକାର ଆଇଟି ନିୟମରେ ପରିବର୍ତ୍ତନ ଆଣିଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ମନଇଚ୍ଛା ନିଷ୍ପତ୍ତି ନେଉଥିବା ୟୁଜରମାନେ ଅଭିଯୋଗ କରୁଥିଲେ। ଏବେ ତାହା ବିରୋଧରେ ଅଭିଯୋଗ କରିବା ଲାଗି ୟୁଜରଙ୍କ ନିକଟରେ କମିଟି ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe