ଆମେରିକା ବିରୋଧୀ ବାଣିଜ୍ୟ ଲଢ଼େଇରେ ଭାରତ ସାମିଲ

Advertisment

୨୯ ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇଲା, ଚୀନ୍‌, ୟୁରୋପ ଶୁଳ୍କ ବଢ଼ାଇଥିଲେ

୨୯ ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇଲା, ଚୀନ୍‌, ୟୁରୋପ ଶୁଳ୍କ ବଢ଼ାଇଥିଲେ

ଆମେରିକା ବିରୋଧୀ ବାଣିଜ୍ୟ ଲଢ଼େଇରେ ଭାରତ ସାମିଲ

Shutterstock

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ବିଭିନ୍ନ ଦେଶର ବାଣିଜ୍ୟ ଲଢ଼େଇ ତୀବ୍ର ହେବାରେ ଲାଗିଛି। ଚୀନ୍‌ ଓ ୟୁରୋପୀୟ ସଂଘ ପରେ ଆମେରିକା ବିରୋଧ ଲଢ଼େଇରେ ଭାରତ ସାମିଲ ହୋଇଛି। ଭାରତ ପକ୍ଷରୁ ଆମେରିକାର ୨୯ଟି ସାମଗ୍ରୀ ଉପରେ ଆମଦାନି ଶୁଳ୍କ ପରିମାଣ ବଢ଼ାଇ ଦିଆଯାଇଛି। ଆମେରିକାର କେତେକ କୃଷିଜାତ ସାମଗ୍ରୀ, ଡାଲି, ଇସ୍ପାତ ଓ ଲୁହା ଉପରେ ଭାରତ ଶୁଳ୍କ ବଢ଼ାଇଛି। ପ୍ରଥମେ ଆମେରିକା ପକ୍ଷରୁ ବିଭିନ୍ନ ଦେଶରୁ ଆମଦାନି କରାଯାଉଥିବା ସାମଗ୍ରୀର ଶୁଳ୍କ ବୃଦ୍ଧି କରାଯାଇଥିଲା। ଏହାର ଜବାବରେ ବିଭିନ୍ନ ଦେଶ ଆମେରିକା ସାମଗ୍ରୀ ଉପରେ ଶୁଳ୍କ ବଢ଼ାଉଛନ୍ତି। ଆଗାମୀ ଦିନରେ ଆମେରିକା ବିରୋଧୀ ବାଣିଜ୍ୟ ଲଢ଼େଇ ଆହୁରି ତୀବ୍ରତର ହେବ ବୋଲି ଆଶଙ୍କା କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଆମେରିକାରୁ ଆମଦାନି ହେଉଥିବା ଚଣା ଉପରେ ଶୁଳ୍କ ପରିମାଣ ୩୦%ରୁ ବଢ଼ାଇ ୭୦% କରାଯାଇଛି। ସେହିପରି ଅନ୍ୟ କେତେକ ଡାଲି ଜାତୀୟ ସାମଗ୍ରୀ ଉପରେ ଶୁଳ୍କ ପରିମାଣ ୩୦%ରୁ ବଢ଼ାଇ ୪୦% କରାଯାଇଛି।

ଆମେରିକାର ବାଦାମ, ଅଖରୋଟ୍‌, ବୋରିକ୍‌ ଏସିଡ୍‌, ଫସଫରିକ୍‌ ଏସିଡ୍‌, ଫ୍ଲାଟ୍‌ ରୋଲ୍‌ଡ ଷ୍ଟିଲ୍‌ ଓ ଲୁହା ଓ ଚିଙ୍ଗୁଡ଼ି ଉପରେ ଭାରତ ଆମଦାନି ଶୁଳ୍କ ବଢ଼ାଇଛି। ତେବେ ଆମେରିକାରୁ ଆମଦାନି ହେଉଥିବା ୮୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ମୋଟରସାଇକଲ୍‌ ଉପରେ ଶୁଳ୍କ ବୃଦ୍ଧି କରାଯାଇନାହିଁ। ବିଭିନ୍ନ ସାମଗ୍ରୀ ଉପରେ ହୋଇଥିବା ଶୁଳ୍କ ବୃଦ୍ଧିକୁ ଅଗଷ୍ଟ ୪ ତାରିଖରୁ ଲାଗୁ କରାଯିବ।
ଅଟୋମୋବାଇଲ୍‌, ଆର୍ଥ ମୁଭିଂ ଉପକରଣ, ସିମ୍‌ ସକେଟ୍‌ ଓ ମୋବାଇଲ୍‌ରେ ବ୍ୟବହାର ହେଉଥିବା ଅନ୍ୟାନ୍ୟ ଧାତବ ସାମଗ୍ରୀ ଉପରେ ଶୁଳ୍କ ପରିମାଣ ୧୫%ରୁ ବଢ଼ାଇ ୨୫% କରାଯାଇଛି। ପୂର୍ବରୁ ଆମେରିକା ପ୍ରଶାସନ ପକ୍ଷରୁ ଭାରତ ଉତ୍ପାଦିତ ଇସ୍ପାତ ଓ ଆଲୁମିନିୟମ୍‌ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe