ଆମେରିକା ଓ ଇରାନ ମଧ୍ୟରେ ବିବାଦ: ଦୁଇ ଦିନରେ ସୁନା ଦାମ୍ ୧୮୦୦ ଟଙ୍କା ବଢ଼ିଲା

Advertisment
୫୦ ହଜାର ଟପିବ ସୁନା!

Deccan Chronicle

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ବିବାଦ ପ୍ରଭାବରେ ସୁନା ଦର ହୁ ହୁ ହୋଇ ବଢ଼ିଚାଲିଛି। ଦୁଇ ଦିନରେ ସୁନା ଦାମ୍ ୧୮୦୦ ଟଙ୍କା ବଢ଼ିଛି। ଗତ ଶୁକ୍ରବାର ସୁନାର ୧୦ ଗ୍ରାମ ପିଛା ଦର ୮୫୦ ଟଙ୍କା ବଢ଼ିଥିଲା। ଏହାର ପରବର୍ତି ଦୁଇ ଦିନ ଶନିବାର ଓ ରବିବାର ଥିବାରୁ ବୁଲିଅନ୍ ବଜାର ବନ୍ଦ ରହିଥିଲା। ଆଜି ବଜାର ଖୋଲିବା ମାତ୍ରେ ସୁନା ଦାମ୍‌ରେ ୯୧୮ ଟଙ୍କାର ବୃଦ୍ଧି ଘଟିଛି। ଏବେ ୧୦ ଗ୍ରାମ ସୁନାର ଦାମ୍ ୪୧,୦୩୦ ଟଙ୍କା ହୋଇଯାଇଛି। ରୁପା ଦାମ୍‌ରେ ମଧ୍ୟ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି। ରୁପାର କିଲୋ ପ୍ରତି ଦର ୯୪୭ ଟଙ୍କା ବୃଦ୍ଧି ପାଇ ୪୮,୪୭୪ ଟଙ୍କା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe