ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସୁନା ୭୫୨ ଟଙ୍କା ବଢ଼ିଲା

ଷ୍ଟକ ବଜାର ନିବେଶକ ଛାନିଆ

ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସୁନା ୭୫୨ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଆକାଶମାର୍ଗରୁ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନର ସେନାର ଜଣେ ପ୍ରମୁଖ କମାଣ୍ଡର ନିହତ ହେବା ଖବର ପ୍ରଚାରିତ ହେବା ପରେ ସୁନା ବଜାର ଅସ୍ଥିର ହୋଇପଡ଼ିଛି। ହଠାତ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ବଢ଼ିଯାଇଛି। ଆଗକୁ ଆମେରିକା ଓ ଇରନ ଭିତରେ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ନିବେଶକମାନେ ବିପୁଳ ମାତ୍ରାରେ ସୁନା କିଣିବା ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ସୁନାର ୧୦ ଗ୍ରାମ ପିଛା ଦର ୭୫୨ ଟଙ୍କା ବୃଦ୍ଧି ପାଇ ୪୦,୬୫୨ ଟଙ୍କା ‌ହୋଇଯାଇଛି। ସୁନା ଭଳି ରୁପା ଦାମ୍ ମଧ୍ୟ ବଢ଼ିଛି। ରୁପାର କିଲୋ ପିଛା ଦର ୯୬୦ ଟଙ୍କା ବୃଦ୍ଧି ପାଇ ୪୮,୮୭୦ ଟଙ୍କା ହୋଇଯାଇଛି। ବର୍ଷ ବର୍ଷ ଧରି ସୁନାକୁ ନିବେଶର ଏକ ସୁରକ୍ଷିତ ମାଧ୍ୟମ ଭାବେ ବିଚାର କରାଯାଉଛି। ସଙ୍କଟ ସମୟରେ ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇବା ଲାଗି ସୁନା କିଣିଥାନ୍ତି। କାରଣ ଏହି ଧାତୁକୁ ଭବିଷ୍ୟତର ଯେକୌଣସି ସମୟରେ ବିକ୍ରି କଲେ ଭଲ ରିଟର୍ଣ୍ଣ ମିଳିବାର ଆଶା ରହିଥାଏ। ଆକାଶମାର୍ଗରୁ ଆମେରିକାର ଆକ୍ରମଣ ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ହଠାତ୍‌ ୧୮.୨୦ ଡଲାର ବୃଦ୍ଧି ପାଇ ୧୫୪୭ ଡଲାର ହୋଇଯାଇଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ସୁନା ବଜାର ଉପରେ ପଡ଼ିଛି। ସୁନା ଦରରେ ଘଟିଥିବା ବୃଦ୍ଧିର ଏହା ଏକ ପ୍ରମୁଖ କାରଣ ହୋଇଥିବା ବେଳେ ଡଲାର ତୁଳନାରେ ଟଙ୍କା ଦାମ୍ କମ୍ ରହିବାକୁ ଅନ୍ୟତମ କାରଣ ଭାବେ ବିଚାର କରାଯାଉଛି। ଆଜି ଭାରତରେ ଏକ ଆମେରିକୀୟ ଡଲାର ମୂଲ୍ୟ ୭୧ ଟଙ୍କା ୬୨ ପଇସା ଥିଲା।

publive-image Photo Credit: PTI

ଷ୍ଟକ ବଜାର ନିବେଶକ ଛାନିଆ
ମୁମ୍ବାଇ: ଆମେରିକାର ଆକ୍ରମଣରେ ଇରାନ ସେନା କମାଣ୍ଡର ନିହତ ହୋଇଥିବା ଖବର ପ୍ରଚାରିତ ହେବା ପରେ ବମ୍ବେ ଷ୍ଟକ ବଜାରର ନିବେଶକମାନେ ଛାନିଆ ହୋଇପଡ଼ିଛନ୍ତି। ଏହା ‌କେବଳ ସେନ୍‌ସେନ୍‌ସରେ ହ୍ରାସର କାରଣ ହେବ ତାହା ନୁହେଁ କେନ୍ଦ୍ର ସରକାରଙ୍କ ବଜେଟ୍‌ ଗଣିତକୁ ବିଗାଡ଼ି ଦେବ ବୋଲି ସେମାନେ ଭାବୁଛନ୍ତି। ଆଜି ଷ୍ଟକ ବଜାରରେ ନିବେଶକମା‌ନେ ଜଗିରଖି କାରବାର କରିବା ଯୋଗୁଁ ସେନ୍‌ସେକ୍ସ ୧୬୨ ପଏଣ୍ଟ ହ୍ରାସ ପାଇ ୪୧,୪୬୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୫୬ ପଏଣ୍ଟ୍‌ ହ୍ରାସ ପାଇ ୧୨,୨୨୬ ପଏଣ୍ଟ୍‌କୁ ଖସିଆସିଛି। ସପ୍ତାହର ଶେଷ ଦିବସ ଯୋଗୁଁ ଆସନ୍ତାକାଲି ଠାରୁ ଦୁଇ ଦିନ ପାଇଁ ଷ୍ଟକ ବଜାର ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe