ଟାଇମ୍‌ ବମ୍‌ ପାଖରେ ଆମେରିକା: ରାଜନ

Advertisment
ଚୀନ୍‌ ଢାଞ୍ଚାକୁ ଗ୍ରହଣ କଲେ ଅସୁବିଧା ହେବ: ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆମେରିକା ଅର୍ଥନୀତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ବର ସବୁଠୁ ବଡ଼ ମହାଶକ୍ତି ଏବେବି ଏକ ଟାଇମ୍‌ ବମ୍‌ ପାଖରେ ରହିଥିବା ସେ କହିଛନ୍ତି। ଆମେରିକାରେ ନିକଟରେ ତିନି ବ୍ୟାଙ୍କ ବୁଡ଼ିଯାଇଛି। ଆଗକୁ ବ୍ୟାଙ୍କ ଶିଳ୍ପ ପାଇଁ ଆହୁରି ଅନେକ ଆହ୍ବାନ ରହିଛି। ଯେଉଁଭଳି ଭାବେ ଆମେରିକା କର୍ତ୍ତୃପକ୍ଷ ବ୍ୟାଙ୍କ ସଙ୍କଟର ମୁକାବିଲା କରିଛନ୍ତି ସେଭଳି ପଦକ୍ଷେପ ନେବେ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଆର୍ଥିକ ସ୍ଥିତିର ମୁକାବିଲା କରିବା କଷ୍ଟକର ହେବ ଓ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହେବ ବୋଲି ସେମାନେ ଜାଣିଥିଲେ। ସେଥିପାଇଁ ବ୍ୟାଙ୍କ ସଙ୍କଟର ମୁକାବିଲା କରିବାକୁ ପଦକ୍ଷେପ ନେଇଛନ୍ତି। କିନ୍ତୁ ସେମାନେ ନେଇଥିବା ପଦକ୍ଷେପର ଲାଭ ସୀମିତ ସମୟ ଲାଗି ମିଳିବ। ଲମ୍ବା ସମୟର ସମସ୍ୟା ଏବେବି ରହିଛି। ଜମ‌ାକାରୀଙ୍କ ଟଙ୍କାକୁ ସମ୍ଭାଳି ରଖିବା ଏବଂ ତାହାକୁ ବଢ଼ାଇବା ଏବେବି ବ୍ୟାଙ୍କଗୁଡ଼ିକ ଲାଗି ବଡ଼ ଆହ୍ବାନ ହୋଇରହିଥିବା ରାଜନ କହିଛନ୍ତି।

କେନ୍ଦ୍ରୀୟ ବ୍ୟାଙ୍କ ବାରମ୍ବାର ସୁଧ ବଢ଼ାଉଥିବାରୁ ଯେଉଁ ଆହ୍ବାନ ସୃଷ୍ଟି ହେଉଛି ତାହାର ମୁକାବିଲା କରିବା ବ୍ୟାଙ୍କଗୁଡ଼ିକ ଲାଗି କଷ୍ଟକର ହେଉଛି। ଆର୍ଥିକ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ଥିବା ବେଳେ ଏଭଳି ସଙ୍କଟ ଯୋଗୁଁ କିଛି ଛୋଟ ବ୍ୟବସାୟୀମାନେ ମଧ୍ୟ ଋଣ ଶୁଝିବାରେ ଅସୁବିଧା ସାମ୍ନା କରୁଛନ୍ତି ବୋଲି ରାଜନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe