Advertisment

ଶୁଳ୍କ ବଢ଼ାଇବା ଧମକ ଦେଲା ଆମେରିକା

Advertisment

ଭାରତ ଉପରେ ଦୁଇଟି ପର୍ଯ୍ୟାୟରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଆମେରିକା ଆହୁରି ଶୁଳ୍କ ଲଗାଇବାକୁ ଧମକ ଦେଇଛି। ଆମେରିକାର ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ ଆଲାସ୍କାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି....

t

ନୂଆଦିଲ୍ଲୀ: ଭାରତ ଉପରେ ଦୁଇଟି ପର୍ଯ୍ୟାୟରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଆମେରିକା ଆହୁରି ଶୁଳ୍କ ଲଗାଇବାକୁ ଧମକ ଦେଇଛି। ଆମେରିକାର ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ ଆଲାସ୍କାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଆଲୋଚନା ଆଶାନୁରୂପ ନ ରହିଲେ ଭାରତ ଉପରେ ଆହୁରି ଶୁଳ୍କ ଲଗାଯିବ। ୨୦୨୨ରୁ ଆରମ୍ଭ ହୋଇଥିବା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଲାଗି ଆସନ୍ତାକାଲି ଟ୍ରମ୍ପ ଓ ପୁଟିନଙ୍କ ଭିତରେ ଆଲୋଚନା ହେବ। ଏ ସମ୍ପର୍କ‌ରେ ଆଲୋଚନା ବେଳେ ବେସେଣ୍ଟ କହିଛନ୍ତି ଯେ ଆମେ ଭାରତ ଉପ‌ରେ ମାଧ୍ୟମିକ ଶୁଳ୍କ ଲଗାଇଛୁ। ଆସନ୍ତାକାଲିର ଆଲୋଚନା ଠିକ୍ ନ ରହିଲେ ସେହି ଶୁଳ୍କ ଆହୁରି ବୃଦ୍ଧି କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe