ଭାରତ ସହ ବ୍ୟାବସାୟିକ ବିବାଦ ହେତୁ ଜୈବିକ କୁକୁଡ଼ାଅଣ୍ଡା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ଆମେରିକୀୟ

Advertisment
ଭାରତ ସହ ବ୍ୟାବସାୟିକ ବିବାଦ ହେତୁ ଜୈବିକ କୁକୁଡ଼ାଅଣ୍ଡା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ଆମେରିକୀୟ

Image Courtesy of NDTV

ନୂଆଦିଲ୍ଲୀ: ଭାରତ ସହ ବ୍ୟାବସାୟିକ ବିବାଦ ଲଗାଇ ଥିବା ହେତୁ ଜୈବିକ କୁକୁଡ଼ାଅଣ୍ଡା ପାଇଁ ଆମେରିକୀୟମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି।

କୁକୁଡ଼ାମାନଙ୍କୁ ଖୁଆଇବା ନିମନ୍ତେ ଆବଶ୍ୟକ ୪୦%ରୁ ଅଧିକ ‘ଜୈବିକ ପଦ୍ଧତିରେ ଉତ୍ପାଦିତ ସୋୟାବିନ୍‌ ଆହାର’ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଦକ୍ଷିଣ ଏସୀୟ ଦେଶମାନଙ୍କ ଉପରେ ନିର୍ଭର କରେ। କମ୍ପାନିମାନ‌ଙ୍କର କ୍ଷତି କରିବା ଲାଗି ଭାରତ କୁଆଡ଼େ ଉପରୋକ୍ତ ସାମଗ୍ରୀ ଫୋପାଡ଼ି ନଷ୍ଟ କରିବା ସହ ରିହାତି ଦରରେ ବିକ୍ରି କରୁଛି। ତେଣୁ, ଆମେରିକା ସମ୍ପ୍ରତି ଏଭଳି ଦାବି ବା ଅଭିଯୋଗର ତଦନ୍ତ କରୁଛି।

ଜୈବିକ ବଜାର ଉପରେ ଦୃଷ୍ଟି ରଖିଥିବା ‘ମର୍କେରିସ୍‌’ର ଅର୍ଥନୈତିକ ନିର୍ଦେଶକ ରିୟାନ୍‌ କୁରିଙ୍କ କହିବା ଅନୁସାରେ, ଅଣ୍ଡାର ମୂଲ୍ୟ ବୃଦ୍ଧି ହିଁ ଏହାର ପରିଣତି ହୋଇପାରେ। କାରଣ ଏଥିଯୋଗୁଁ, ବ୍ୟବସାୟୀମାନେ ‘ସୋୟା ଆହାର’ ଗଚ୍ଛିତ କରୁଛନ୍ତି।ପରେ ସ୍ବଳ୍ପ ଯୋଗାଣ କରି ଦର ବଢ଼ାଇ ଦେଉଛନ୍ତି।

publive-image Image Courtesy of The Economic Times

ଖାଉଟିମାନଙ୍କ ଚାହିଦା ଯୋଗୁଁ ପାରମ୍ପରିକ ଅଣ୍ଡା ଦର ବୃଦ୍ଧି ପାଉଥିବା ବେଳେ ଜୈବିକ ଅଣ୍ଡା ଦର ମଧ୍ୟ ବୃଦ୍ଧି ପାଇବ। ଏହାର କାରଣ ହେଉଛି ‘ସୋୟା ଆହାର’ର ଦର ବୃଦ୍ଧି। ଏଥିଯୋଗୁଁ ଜୈବିକ ମାଂସ ଏବଂ ଦୁଗ୍ଧଜାତ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବ। ସେମିତିରେ ତ ମହାମାରୀ ଯୋଗୁଁ ବିଶ୍ବବ୍ୟାପୀ ଦ୍ରୁତ ବେଗରେ ଖାଦ୍ୟସ୍ଫିତି ଘଟିଛି।

ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟତମ ସର୍ବବୃହତ୍‌ ‘ଫ୍ରି-ରେଞ୍ଜ୍‌ ଏଗ୍ସ୍’ର ଉତ୍ପାଦକ ‘ଏଗ୍‌ ଇନୋଭେସନ୍‌’ର ମୁଖ୍ୟ ଜନ୍‌ ବ୍ରୁନକ୍ବେଲ୍‌ କୌଣସିମତେ ତାଙ୍କର ଏକ ନିୟୁତରୁ ଅଧିକସଂଖ୍ୟକ କୁକୁଡ଼ାଙ୍କ ପାଇଁ ଆହାର ଯୋଗାଡ଼ କରିଛନ୍ତି। କିନ୍ତୁ, ଉକ୍ତ ଆହାରର ଟନ୍‌ପିଛା ମୂଲ୍ୟ ଏବେ ଗତବର୍ଷର ଦର ଠାରୁ ଦୁଇଗୁଣା ବୃଦ୍ଧି ପାଇ ୧୭୦୦ ଡଲାର୍‌ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe