Image Courtesy of National Herald
ନୂଆଦିଲ୍ଲୀ: ଦେଶରେ ଖାଇବା ତୈଳ ମୂଲ୍ୟ ବୃଦ୍ଧି ପାଉଥିବା କାରଣରୁ ଭାରତୀୟ ଯୋଜନାକାରୀମାନେ ମାଗଣା ତୈଳବୀଜ ପ୍ୟାକେଟ୍ ବଣ୍ଟନ କରିବେ ବୋଲି ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି। ତୈଳବୀଜର ଆମଦାନି ଦର ଅତ୍ୟଧିକ ବୃଦ୍ଧି କାରଣରୁ ଦେଶରେ ତୈଳଦର ବୃଦ୍ଧି ପାଇଥିବା କଥା ସେମାନେ କହିଛନ୍ତି। ‘ସବୁଜ ବିପ୍ଳବ ଯୁଗ’ର ଏହି ଯୋଜନା ସ୍ବଦେଶୀ ତୈଳବୀଜ ଉତ୍ପାଦନ ବୃଦ୍ଧି କରି ଆମଦାନି ନିର୍ଭରଶୀଳତା ହ୍ରାସ କରିବ ବୋଲି ସେମାନେ ବିଚାର କରିଛନ୍ତି। କିନ୍ତୁ, ଏ ଯୁଗରେ ୧୯୬୦ର ‘ସବୁଜ ବିପ୍ଳବ ଯୋଜନା’ ଆକାଙ୍କ୍ଷିତ ଫଳ ପ୍ରଦାନ କରି ନ ପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ଆସନ୍ତା ମାସରେ ଆରମ୍ଭ ହେଉଥିବା ଖରିଫ ଋତୁ ନିମନ୍ତେ ଦେଶର ପ୍ରାୟ ଏକ ତୃତୀୟାଂଶ ଜିଲ୍ଲାକୁ ନରେନ୍ଦ୍ର ସିଂହ ତୋମାରଙ୍କ ନେତୃତ୍ବାଧୀନ ଗୃହ ମନ୍ତ୍ରାଳୟ କୃଷକମାନଙ୍କୁ ମାଗଣାରେ ହଜାର ହଜାର ପ୍ୟାକେଟ୍ ଉନ୍ନତ ମାନର ତୈଳବୀଜ ବାଣ୍ଟିବ। ଏପ୍ରିଲ୍ ମାସରେ ରାଜ୍ୟ ସରକାରମାନଙ୍କ ସହ ଏ ବିଷୟରେ ଆଲୋଚନା ହୋଇଛି।
ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ପ୍ରାୟ ୮ ଲକ୍ଷ ‘ସୋୟାବିନ୍ ମିନି-କିଟ୍’ ଏବଂ ୭୪ ହଜାର ‘ଚୀନାବାଦାମ ମିନି-କିଟ୍’ ବାଣ୍ଟିବେ।
Image Courtesy of The Economic Timesଡାଲି ଭଳି ଭାରତ ଖାଇବା ତୈଳ ଚାହିଦା ମେଣ୍ଟାଇବା ଲାଗି ଆମଦାନି ଉପରେ ନିର୍ଭର କରେ। ଦେଶରେ ବାର୍ଷିକ ହାରାହାରି ୨୪ ନିୟୁତ ଟନ୍ ଖାଇବା ତୈଳ ଚାହିଦା ରହିଛି। ଦେଶରେ ୮ ରୁ ୧୧ ନିୟୁତ ଟନ୍ ଉତ୍ପାଦନ ହେଉଥିବା ବେଳେ ବାକି ୬୦% ପର୍ଯ୍ୟନ୍ତ ଚାହିଦା ଆମଦାନିଦ୍ବାରା ପୂରଣ ହେଉଛି। ଗତ ଦୁଇ ମାସ ହେବ ରନ୍ଧନ ତୈଳ ବିଶ୍ବ ବଜାରରେ ଅମୂଲ ମୂଲ ହୋଇଯାଇଛି।
ଖାଉଟି ମନ୍ତ୍ରାଳୟ ତଥ୍ୟାନୁସାରେ, ଗତବର୍ଷ ତୁଳନାରେ ଏବର୍ଷ ତୈଳ ଦର ୬୦% ବୃଦ୍ଧି ପାଇଛି। ଗତବର୍ଷ ମେ ମାସରେ ସୋରିଷ ତେଲ ଦର ଟ. ୧୨୦/- ଥିବା ବେଳେ ଏବର୍ଷ ମେ ମାସରେ ଟ.୧୭୦/- ହୋଇଯାଇଛି। ସେହିଭଳି, ଚୀନାବାଦାମ ତେଲ, ସୋୟା ତେଲ, ପାମ୍ ତେଲ ଏବଂ ସୂର୍ଯ୍ୟମୂଖୀ ତେଲ ଦର ମଧ୍ୟ ଖୁବ୍ ମହଙ୍ଗା ହୋଇଯାଇଛି।
ତୈଳ ଚାହିଦା ମେଣ୍ଟାଇବା ଲାଗି ୬.୩୭ ଲକ୍ଷ ହେକ୍ଟର୍ ଅଞ୍ଚଳରେ ସରକାର ତୈଳବୀଜ ଚାଷ କରାଇବାକୁ ଯୋଜନା କରୁଛନ୍ତି। ଏଥିରୁ ୧୨ ନିୟୁତ କ୍ବିଣ୍ଟାଲ୍ ତୈଳବୀଜ ଉତ୍ପାଦନ ହେବ ଏବଂ ଉତ୍ପାଦିତ ତୈଳବୀଜରୁ ୨.୪୩ ନିୟୁତ କ୍ବିଣ୍ଟାଲ୍ ଖାଇବା ତୈଳ ବାହାରିବ ବୋଲି ସରକାର ଚିନ୍ତା କରିଛନ୍ତି।
Follow Us