‘ଫନି’ ସହାୟତା ରାଶିର ହେରଫେର

Advertisment

ତିନିଟି ତହସିଲରେ ଅନିୟମିତତା

ତିନିଟି ତହସିଲରେ ଅନିୟମିତତା

ପୁରୀକୁ ପ୍ରକୃତି କୋପ: ‘ଫନି’ ପରେ ‘ଜୱାଦ’, ଚିନ୍ତାରେ ନିଦ ହଜିଲାଣି

straitstimes.com

ଭୁବନେଶ୍ବର : ରାଜ୍ୟ ସରକାର ବିପର୍ଯ୍ୟୟ ପାଣ୍ଠିକୁ ଅନ୍ୟତ୍ର ବ୍ୟବହାର କରିଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। ଘୁର୍ଣ୍ଣିଝଡ଼ ଫନି ମୁକାବିଲା ଲାଗି ରହିଥିବା ପାଣ୍ଠିରୁ ୫.୨୭ କୋଟି ଟଙ୍କା ଅଗ୍ରାହ୍ୟ କାର୍ଯ୍ୟକଳାପରେ ବ୍ୟବହାର କରାଯାଇଥିଲା। ଫନି ପରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ଘର ତିଆରି ସହାୟତା ପ୍ରଦାନ କରିବାରେ ମଧ୍ୟ ହେରଫେର ହୋଇଛି। ବାଲିପାଟଣା, ଖୋର୍ଦ୍ଧା ଓ ଜଟଣୀ ତହସିଲରେ ଘର ତିଆରି ସହାୟତାକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରି ଜିଲ୍ଲାପାଳମାନେ ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିଥିଲେ। ଏହି ତିନି ତହସିଲକୁ ୨୦୧୯-୨୦ରେ ୧୦୯.୮୧ କୋଟି ଟଙ୍କାର ଘର ତିଆରି ସହାୟତା ରାଶି ଦିଆଯାଇଥିଲା। କିନ୍ତୁ ଖୋର୍ଦ୍ଧା ଜିଲ୍ଲାପାଳ ୧୦୬ କୋଟି ଟଙ୍କା ମୂଲ୍ୟର ବିନିଯୋଗ ପ୍ରମାଣପତ୍ର ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିକଟରେ ଦାଖଲ କରିଥିଲେ। ଜଟଣୀ ଓ ଖୋର୍ଦ୍ଧା ତହସିଲଦାରଙ୍କ ନିକଟରେ ୪.୯୪ କୋଟି ଟଙ୍କା ପଡ଼ି ରହିଥିବା ବେଳେ ୟୁସିରେ ଦର୍ଶାଯାଇଥିଲା ଯେ ସେମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ନାହିଁ। ଏହିଭଳି ଭାବେ ତହସିଲଦାରମାନେ ଅନିୟମିତତା କରି କୃତ୍ରିମ ଭାବେ ଘର ତିଆରି ସହାୟତା ରାଶିକୁ ବଢ଼ାଇ ୟୁସି ଦାଖଲ କରିଥିଲେ ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି।

ଏହି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ସିଏଜିଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ୍‌ କମିସନଙ୍କ କାର୍ଯ୍ୟାଳୟର ନଥିପତ୍ର, ଭୁବନେଶ୍ବର ମହାନଗର ପାଳିକା; ବାଲିପାଟଣା, ଜଟଣୀ ଓ ଖୋର୍ଦ୍ଧା ତହସିଲ; ବାଲିପାଟଣା, ବାଲିଅନ୍ତା ଓ ଭୁବନେଶ୍ବର ବ୍ଲକ୍ ଉନ୍ନୟନଙ୍କ କାର୍ଯ୍ୟାଳୟର ନଥିପତ୍ର ଓ ଏସ୍‌ଡିଆର୍‌ଏଫ୍‌ ପାଣ୍ଠିର ବିନିଯୋଗ ପ୍ରମାଣପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଫନି ଘୁର୍ଣ୍ଣିଝଡ଼ ନାମରେ ମରାମତି, ଉନ୍ନତି, ପୁନଃନିର୍ମାଣ ଓ ପୁନରୁଦ୍ଧାର ନାମରେ ଭୁବନେଶ୍ବର ମହାନଗର ପାଳିକା ଅଧୀନରେ ଏଭଳି କେତେକ ପ୍ରକଳ୍ପ ହାତକୁ ନିଆଯାଇଥିଲା ଯାହା ସମ୍ପର୍କରେ ରେକର୍ଡପତ୍ରରେ କୌଣସି ସଂଯୋଗ ବା ପ୍ରମାଣ ନଥିଲା। ବିପର୍ଯ୍ୟୟ ପାଣ୍ଠି ଭାବେ ବିଏମ୍‌ସି ଏବଂ ଭୁବନେଶ୍ବର, ବାଲିପାଟଣା ଓ ବାଲିଅନ୍ତା ବିଡିଓ ବ୍ୟବହାର କରିନଥିବା ପାଣ୍ଠିକୁ ଠିକ୍ ସମୟରେ ଫେରାଇ ନଥିଲେ। ଘୁର୍ଣ୍ଣିଝଡ଼ ଫନିକୁ ୧୮ ମାସ ବିତିଯିବା ପରେ ମଧ୍ୟ ବିଏମ୍‌ସି ଖାତାରେ ୨.୮୪ କୋଟି ଟଙ୍କା ଓ ତିନି ବିଡିଓଙ୍କ ପାଖରେ ୩.୧୦ କୋଟି ଟଙ୍କା ପଡ଼ିରହିଥିଲା। ସେମାନେ ସୁଧ ବାବଦକୁ ୧.୦୬ କୋଟି ଟଙ୍କା ମଧ୍ୟ ଫେରସ୍ତ କରିନଥିଲେ ବୋଲି ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe