'ପେଟା'କୁ ଅମୁଲ୍‌ର ଜବାବ: ୧୦ କୋଟି ଦୁଗ୍ଧ ଚାଷୀଙ୍କୁ ନିଯୁକ୍ତି କିଏ ଦେବ?

Advertisment

ନୂଆଦିଲ୍ଲୀ: ପଶୁ ଅଧିକାର କ୍ଷେତ୍ର କାର୍ଯ୍ୟ କରୁଥିବା ବିଶ୍ବର ଅଗ୍ରଣୀ ସଂସ୍ଥା ପେଟା ତରଫରୁ ଶାକାହାରୀ ବା ବୃକ୍ଷଲତାରୁ ତିଆରି ଦୁଗ୍ଧ (ଭେଗାନ ମିଲ୍କ) ପ୍ରସ୍ତୁତ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଆଜି ଅମୁଲ ତରଫରୁ ଏହାର ଜବାବ ଦିଆଯାଇଛି। ଯଦି ସେଭଳି ହେବ ତେବେ କୋଟି କୋଟି ଲୋକଙ୍କ ନିଯୁକ୍ତି କିଏ ଦେବ ବୋଲି ଅମୁଲ ତରଫରୁ ପେଟାକୁ ପ୍ରଶ୍ନ କରାଯାଇଛି।

ବିଦେଶ ପାଣ୍ଠିରେ ପରିଚାଳିତ ଏନ୍‌ଜିଓଗୁଡ଼ିକ ଭାରତୀୟ ଦୁଗ୍ଧ ଶିଳ୍ପର ଭାବମୂର୍ତି ନଷ୍ଟ କରିବା ଲାଗି ଅଭିଯାନ ଚଲାଇଛନ୍ତି ବୋଲି କଂପାନି ଅଭିଯୋଗ କରିଛି। ପେଟା ତରଫରୁ ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ କାଉନ୍ସିଲ୍‌ ଅଫ୍‌ ଇଣ୍ଡିଆ (ଏଏସ୍‌ସିଆଇ)ରେ ଅମୁଲ ବିରୋଧରେ ଆବେଦନ କରାଯାଇଥିଲା ଯାହା ଖାରଜ ହୋଇଯାଇଛି। ଶାକାହାରୀ ବା ବୃକ୍ଷଲତା ଭିତ୍ତିକ ଉତ୍ପାଦକୁ ଦୁଗ୍ଧ କୁହାଯାଇପାରିବ ନାହିଁ ବୋଲି ଏଏସ୍‌ସିଆଇ କହିଛି। ଅମୁଲ୍‌ର ଏମ୍‌ଡି ଆର୍‌ ଏସ୍‌ ସୋଧି କହିଛନ୍ତି ଯେ ଯଦି କଂପାନି ଦୁଗ୍ଧ ବ୍ୟବହାର ବନ୍ଦ କରିଦେବ ତେବେ ଦୁଗ୍ଧ କ୍ଷେତ୍ର ଉପରେ ନିର୍ଭରଶୀଳ ଥିବା ୧୦ କୋଟି ଭାରତୀୟ ଚାଷୀଙ୍କୁ କିଏ ନିଯୁକ୍ତି ଦେବ? ଚାଷୀମାନଙ୍କ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ‌ହେଉଛନ୍ତି ‌ଗୋରୁଗାଈ। କେହି ସେମାନଙ୍କ ଉପରେ ଅତ୍ୟାଚାର କରନ୍ତି ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe