ଦିଲ୍ଲୀ, ମୁମ୍ବାଇ ପରି ଅନ୍ୟ କେତୋଟି ରାଜ୍ୟରେ ଅମୁଲ କ୍ଷୀର ଦର ୨ ଟଙ୍କା ବଢ଼ିଲା

Advertisment
ସକ୍ରିୟ ହେଲା ଅମୁଲ୍‌ ଟ୍ବିଟର୍‌ ଆକାଉଣ୍ଟ୍‌

(Photo Credit: PTI)

ଗାନ୍ଧୀନଗର: ଭାରତର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ କମ୍ପାନି ‘ଅମୁଲ୍‌’ କେତେକ ସ୍ଥାନରେ କ୍ଷୀର ପ୍ୟାକେଟ୍‌ ପଛା ଦର ୨ ଟଙ୍କା ବଢ଼ାଇ ଦେଇଛି। ଦିଲ୍ଳୀ-ଏନ୍‌ସିଆର୍‌, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଅନ୍ୟ କେତେକ ରାଜ୍ୟରେ ମଙ୍ଗଳବାର କମ୍ପାନି ଲିଟର ପିଛା ୨ ଟଙ୍କା କ୍ଷୀର ଦର ବଢ଼ାଇଥିବା ଜାଣିବାକୁ ମିଳିଛି।

ଉତ୍ପାଦ ଖର୍ଚ୍ଚ ବୃଦ୍ଧି ପାଇଥିବା ହେତୁ କମ୍ପାନି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଅମୁଲ୍‌ ବ୍ରାଣ୍ଡ୍‌ ଅଧିନରେ କ୍ଷୀର ଓ କ୍ଷୀର ଜାତୀୟ ସାମଗ୍ରୀ ବିକ୍ରି କରୁଥିବା ଗୁଜୁରାଟ କୋପରେଟିଭ୍‌ ମିଲ୍‌କ ମାର୍କେଟିଂ ଫେଡରେସନ ପକ୍ଷରୁ ପ୍ରକାଶ ପାଇଛି ଯେ ଶେଷ ଥର ପାଇଁ ଗତ ୨୦୧୭ ମସିହାରେ କ୍ଷୀରର ଦର ବୃଦ୍ଧି ପାଇଥିଲା।

ମୁମ୍ବାଇରେ ୧ ଲିଟର୍‌ ‘ଅମୁଲ୍‌ ତାଜା’ କ୍ଷୀରର ଦର ୪୨ ଟଙ୍କାରୁ ୪୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ‘ଅମୁଲ ଗୋଲ୍‌ଡ’ର ଦର ୫୨ ଟଙ୍କାରୁ ୫୪ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅହମ୍ମଦାବାଦ୍‌ରେ ୫୦୦ ମିଲି ଲିଟର୍‌ ‘ଅମୁଲ୍‌ ଗୋଲ୍‌ଡ’ର ଦର ୨୭, ‘ଅମୁଲ୍‌ ଶକ୍ତି’ ର ଦର ୨୫, ‘ଅମୁଲ ତାଜା’ର ଦର ୨୧ ଏବଂ ‘ଅମୁଲ୍‌ ଡାଇମଣ୍ଡର୍‌’ ଦର ୨୮ ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe